Header-News-Banner

ଦେଖି ଘରକୁ ଫେରୁଥିବା ହେଇଗଲା କାଳଗଳାକାଟି ଯୁବକ ଙ୍କୁ ହତ୍ୟା

0
IMG-20250913-WA0004

ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଗତକାଲି ରାତିରେ ଜଣେ ଅଟୋଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁଚନା ଅନୁସାରେ ଗତକାଲି ରାତିରେ ସେ ଟିକିରିଠାରେ ହେଉଥିବା ବାଲିଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ତାଙ୍କ ସହଯୋଗୀ ମାନେ ବେକକୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ତେବେ ମୃତକ ଜଣକ ପଡ଼ୋଶୀ କୋରାପୁଟ ଜିଲାର କାଳୀଆମ୍ବ ଆଦିବାସୀ ସାହିର ଅଟୋଚାଳକ ଖଗେଶ୍ବର ମାଣ୍ଡଙ୍ଗି ବୋଲି ଜଣାପଡିଛି। ମୃତକ ଜଣକ ତିନିଜଣଙ୍କ ସହିତ ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଏହିପରି ଅଘଟଣ ଘଟିଯାଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କଶିପୁର ରୁ ଆକାଶ କୁମାର ନାୟକ ଙ୍କ ରିପୋର୍ଟ।

Spread the love

Leave a Reply

Your email address will not be published. Required fields are marked *