Header-News-Banner

ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ

0
26

ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ, ଭିଡ଼ିଓ ହେଲା ଭାଇରଲ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ, ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ନିସ୍ତୁକ ପିଟିଲେ ଗାଁ ଲୋକେ, ସୂଚନା ଅନୁସାରେ ଗତକାଲି ମହିଳା ଜଣକ ହାଟ ସଉଦା କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ, ହେଲେ ବଜାରରୁ ଅପରାହ୍ନ ୪ ଟା ସମୟରେ ଏକ ବାଇକ ଯୋଗେ ନିଜ ଗାଁକୁ ଫେରି ଆସିବା ପରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ଗାଁ ଛକରୁ ବାଡିଆପିଟା ଆରମ୍ଭ କରିଥିଲେ ଓ ନିକଟସ୍ଥ ଏକ ପଡିଆରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗା ବାଡ଼ି ଚପଲ ସାହାଯ୍ୟରେ ନିସ୍ତୁକ ପିଟିଥିଲେ ଗାଁ ଲୋକେ । ସନ୍ଧ୍ୟା ସମୟରେ ଖବର ପାଇ ଯଶିପୁର ପୋଲିସ ଲୋକଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲରେ ଭର୍ତ୍ତି କରି ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶିପୁର ପୋଲିସ ।
ମୟୂରଭଞ୍ଜ ରୁ ତପନ ଦାସ କର ରିପୋର୍ଟ କଳିଙ୍ଗ ୨୪

Spread the love

Leave a Reply

Your email address will not be published. Required fields are marked *