ଠକି ଦେଲେ ଠିକାଦାର
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}
ଗଣିଆ ମେଡିକାଲ ପରିସରରେ ନିର୍ମାଣଧିନ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପୋଟିକ ଭୂଷୁଡି ପଡିଥିବା ଜଣାପଡିଛି । ଉକ୍ତ ପୋଟିକର ଛାତ ଆଜି ପଡୁଥିବା ବେଳେ ତଳେ ଦିଆଯାଇଥିବା ଖୁଣ୍ଟ ଭାଡିଆ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।ଛାତ ଉପରେ ଛିଡା ହୋଇ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ ଗଣିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଶ୍ରମିକ ନୟାଗଡ ଶରଧାପୁରର କାଳିଆ ଜେନା, ଦିଲ୍ଲୀପ ନାୟକ,ରାଜା ପ୍ରଧାନ,କାଳିଆ ପ୍ରଧାନ ବୋଲି ଜଣାପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଫଳରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଜଣାପଡିଛି