ଧନୁଯାତ୍ରା ରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ଭିନ୍ନ ପ୍ରକାରର ଖାଦ୍ୟ ମେଳା
ପାଟଣାଗଡ- ୫/୧୨ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ସ୍ଥାନୀୟ ପଡ଼ିଆରେ ଅନୁଷ୍ଠିତ ଖପ୍ରାଖୋଲ ମହୋତ୍ସବ ତଥା ଧନୁଯାତ୍ରା ମହୋତ୍ସବ ରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ମିଲେଟ୍ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଖାଦ୍ୟ ମେଳା ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡ଼ାକ୍ତର ସୁରଜ ଦୀପ, ବ୍ଳକ ଅଗ୍ନିଶମ ଅଧିକାରୀ ଜୟ ଗୋପାଲ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମିଲେଟ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ମିଠା, ବ୍ୟଞ୍ଜନ ଆଦି ପ୍ରଦର୍ଶିତ ହୋଇଥିଲା। ମେଳାରେ ମିଲେଟ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପ୍ରବଳ ଭିଡ ହୋଇଥିଲା। ଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ଉମେଶ ଗୁପ୍ତା, ଶୁଭମ୍ ଦାସ, ବାସନ୍ତୀ ମୁଣ୍ଡା, ପୁରନ୍ଦର ବନଛୋର, ଗଣେଶ ବନଛୋର, ସଦାନନ୍ଦ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।