ଗୋଲାମୁଣ୍ଡା ବ୍ଲକରେ ୧୮୦୦ ଶୀତବସ୍ତ୍ର ବଣ୍ଟନ; ଅସହାୟ ବୃଦ୍ଧ–ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ
ଗୋଲାମୁଣ୍ଡା: ୦୫/୧୨ (ଜିତେନ୍ଦ୍ର କୁମାର ମେହେର) – ସମାଜ ସେବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇ ଗୋଲାମୁଣ୍ଡା ବ୍ଲକ ଚ୍ୟାରମେନ ବିନ୍ଦୁ ମହାନନ୍ଦ ନିଜ ବ୍ୟକ୍ତିଗତ ଅର୍ଥ ରାଶିରୁ ଅସହାୟ, ବୃଦ୍ଧ–ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶୀତବସ୍ତୁ ବଣ୍ଟନ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ଖମାରହଳଦୀ, ଚିଚିଆ, ଫରଙ୍ଗ, ଫୁଣ୍ଡା ଓ ଟେମିରି ସମେତ ଗୋଲାମୁଣ୍ଡା ବ୍ଲକର ୫ଟି ଗ୍ରାମ ପଞ୍ଚାୟତର ୧୮୦୦ ଜଣ ଅସହାୟ ଲୋକଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରାଗଲା । ତୀବ୍ର ଶୀତ ରୁ ସୁରକ୍ଷିତ ରଖିବା ପାଇଁ ଏହି ଉଦ୍ୟମ ଲୋକମାନଙ୍କ ମଧ୍ୟରେ ଚାଲିଛି ବିଶାଳ ପ୍ରଶଂସା । ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ମେହେର । ଏହା ସହିତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ଶ୍ରୀ ଟଙ୍କଧର ନାଏକ, ଶ୍ରୀ ଗିରିଜା ପଣ୍ଡା, ଶ୍ରୀ ପ୍ରମୋଦ ପ୍ରଧାନ, ଶ୍ରୀ ବାଦଲ ନାଏକ, ଶ୍ରୀ କାର୍ତ୍ତିକେଶ୍ବର ପୁରୋହିତ ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଚ୍ୟାରମେନଙ୍କ ସହଯୋଗୀ ଓ ପ୍ରମୁଖମାନେ ମଧ୍ୟ ସକ୍ରିୟ ଭାବରେ ଯୋଗଦେଇଥିଲେ । ବ୍ଲକ ଚ୍ୟାରମେନ ବିନ୍ଦୁ ମହାନନ୍ଦ କହିଥିଲେ, “ଅସହାୟ ବୃଦ୍ଧ ବୃଦ୍ଧା ମା’–ବାପାଙ୍କ ସେବା କରିବା ମୋର କର୍ତ୍ତବ୍ୟ । ଏମିତି ସେବାମୂଳକ କାମ ଆଗକୁ ମଧ୍ୟ ନିରନ୍ତର ଚାଲିବ ।ସ୍ଥାନୀୟ ଲୋକମାନଙ୍କ ଅନୁସାରେ, ଗୋଲାମୁଣ୍ଡା ବ୍ଲକରେ ଏପରି ମାନବିକତାମୂଳକ ପଦକ୍ଷେପ ବିନ୍ଦୁ ମହାନନ୍ଦଙ୍କ ସମାଜସେବାପ୍ରତି ଅଟଳ ଅନୁରାଗକୁ ପ୍ରମାଣିତ କରୁଛି । ସତରେ ବ୍ଲକ ଚ୍ୟାରମେନ ବିନ୍ଦୁ ମହାନନ୍ଦଙ୍କ ଏହି ମହାନ କାର୍ଯ୍ୟ ପ୍ରଶଂସାଯୋଗ୍ୟ ଓ ଅନୁକରଣୀୟ ।