ଯୁରିଆ ରେ ଉପ ଜିଲ୍ଲାପାଳ ଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟିତ
ପାଟଣାଗଡ- ୫/୧୨ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଯୁରିଆ ଠାରେ ଧାନ ମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପ୍ୟାକ୍ସ୍ ସଭାପତି କନ୍ଦର୍ପ ସୁଆର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର, ସମ୍ମାନୀତ ଅତିଥି ରୂପେ ପାଟଣାଗଡ଼ ସମବାୟ ସହ ନିବନ୍ଧକ ରଥ ଇବ୍ରାହିମ୍, ଖପ୍ରାଖୋଲ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ଯୋଗୀମୁଣ୍ଡ ଆର୍ ଏମ ସି ସଂପାଦକ କ୍ଷମାନିଧି ଗଡତ୍ୟା, ଯୋଗାଣ ନୀରିକ୍ଷକ ବିକାଶ ଵାର୍ଲା,ପ୍ୟାକ୍ସ ସଂପାଦକ ଜଗଦୀଶ ରଣା ଯୋଗଦେଇଥିଲେ। ଏହି ଅବସରରେ ପ୍ରଥମେ ପୂଜା ପାଠ ସହିତ ବିଭିନ୍ନ ମାପ ଯନ୍ତ୍ର ପୁଜା ହୋଇଥିଲା। ପରେ ନଡ଼ିଆ ଭାଙ୍ଗି ମଣ୍ଡି ଉଦଘାଟନ ହୋଇଥିଲା। ସୁଚନା ଅନୁସାରେ ଏହି ମଣ୍ଡି ରେ ଚଳିତ ବର୍ଷ ୧ ହଜାର ୨୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ଦିନ ୧୬ଜଣ ଚାଷୀ ୭୪୨କୁଇଣ୍ଟାଲ ଧାନ ବିକ୍ରି କରିବେ ବୋଳି ଜଣାଯାଇଛି। ଏହି ଅବସରରେ ଲଳିତ ବାଗ, ସୁଦାମ ସୁଆର, ସାନନ୍ଦ ଠାକୁର, ସାନନ୍ଦ ଯୋଶୀ, ସଞ୍ଜୀବ ପଟେଲ, ପ୍ରଦିପ ସିଂଦେଓ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ସେହି ପରି ଖପ୍ରାଖୋଲ ପେକ୍ସ ରେ ମଧ୍ୟ ଧାନ ମଣ୍ଡି ଉପ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ପଦ୍ମ କୁମାର ସିଂ ବରିହା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସଭାପତି ଗୁଣମଣି ଭୋଇ, ସଂପାଦକ ଶ୍ରିପତି ଭୋଇ, ବି ଡି ସି ସି ଲାଠର ର ପରିଚାଳକ କିଶୋର ପଟେଲ ସମେତ ପେକ୍ସ୍ ନିର୍ଦ୍ଦେଶକ, ଚାଷୀ ଉପସ୍ଥିତ ଥିଲେ।