ଜଙ୍ଗଲର ରାଜା ହାତୀଙ୍କ ସୁରକ୍ଷା କାର୍ଯ୍ୟକ୍ରମ,ପ୍ରକୃତି ର ସୁରକ୍ଷା , ମଣିଷ ସମାଜ ର ସୁରକ୍ଷା
– ୫/୧୨ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଘୁନୁସର ପଞ୍ଚାୟତ ପୁଟୁକେଲଚୁଆଁ ଠାରେ ଘୁନୁସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତତଫରୁ ହାତୀ ସୁରକ୍ଷା ସଂପର୍କିତ ସଚେତନତା ଶିବିର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ, ମୁଖ୍ୟବକ୍ତା ରୂପେ ଏସି ଏଫ୍ ତଥା ହରିଶଙ୍କର ବନାଞ୍ଚଲ ଅଧିକାରୀ ଅରବିନ୍ଦ ନାଏକ, ରେଙ୍ଗାଳି ବନପାଳ ବିପିନ ସାହୁ, ଖପ୍ରାଖୋଲ ବନପାଳ ସୁଧିର କୁମାର ଜେନା,ତେଲେନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ଦାଶ,ଟେକେନ୍ଦ୍ର ଜାଳ, ବିଦ୍ୟାଳୟ ସଭାପତି ବିକାଶ ଦାଶ ପ୍ରମୁଖ ମଞ୍ଚାସିନ ହୋଇ ପ୍ରକୃତି ର ସୁରକ୍ଷା ମଣିଷ ସମାଜର ସୁରକ୍ଷା ବୋଳି କହିଥିଲେ। ଜଙ୍ଗଲ ଅବକ୍ଷୟ ଯୋଗୁଁ ବନ୍ୟ ଜନ୍ତୁ ଜନବସତି ମୁହାଁ ହେଉଥିବା କହିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର, ଶିକ୍ଷୟତ୍ରୀ ଶିକ୍ଷକ, ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ କୃଷ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।