ବାଙ୍ଗିରିପୋଷି ଅଞ୍ଚଳରେ ହାତୀର ଆତଙ୍କ
ସାରସକଣା ୦୭/୨୫(ପ୍ରଶାନ୍ତ କୁମାର ସାମନ୍ତରାୟ)ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଜଳଡ଼ିଙ୍ଗା ଗ୍ରାମରେ ଦନ୍ତା ହାତୀ ସହିତ ୩୧ ରୁ ଉର୍ଦ୍ଧ ହାତୀପଲ ଆଜିକୁ ୮ ମାସ ହେଲାଣି ଆସି ଅହୁଛନ୍ତି। ଚାଷ ଆରମ୍ଭରୁ ପାଚିଲା ଧାନ ହେବା ପର୍ଯ୍ୟନ୍ତ ଧାନ କ୍ଷେତ ରେ ଦାଉ ସାଜିଛନ୍ତି।ହାତୀ ଘଉଡ଼ାଇବାକୁ ପର୍ଯ୍ୟାପ୍ତ କର୍ମଚାରୀ ଅଭାବ ଯୋଗୁଁ ବିଫଳ ହେଉଛି ବନ ବିଭାଗ।ହେଲେ ମଧ୍ୟ ବନ ବିଭାଗ ହାତୀ ଘଉଡ଼ାଇବା କାର୍ଯକ୍ରମ ଜାରି ରଖିଛି।ଜଳଡ଼ିଙ୍ଗା, ଗୋଷାଣୀପାଳ, କାଣିମହୁଲି ଗ୍ରାମରେ ହାତୀପଲ ଚାଷୀ ଙ୍କ କ୍ଷେତ ର ଚାଷ ନଷ୍ଟ କରିଚାଲିଛି।ହାତୀ ଘଉଡ଼ାଇବା ସମୟରେ ହାତୀପଲ ଲୋକଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି।ରାତି ହେଲେ ଲୋକେ ଭୟଭୀତ ହୋଇ ଘରେ କବାଟ ମାରି ରହୁଛନ୍ତି।ରାତିସାରା ଲୋକେ ହାତୀପଲ କୁ ଘଉଡ଼ାଇବା ପାଇଁ ମଶାଲ ଧରି ଘଉଡାଉଛନ୍ତି। ରେଞ୍ଜର ମହେଶ୍ୱର ସିଂ କହିଛନ୍ତି,ହାତୀପଲ ଉକ୍ତ ସ୍ଥାନରୁ ଯିବାକୁ ଚାହୁଁନାହାଁନ୍ତି। ତଦନ୍ତ ପରେ ନଷ୍ଟ ହେଇଥିବା ଚାଷୀଙ୍କ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି।