ବିଜେଡି ଓ କଂଗ୍ରେସ କରୁଥିବା ବଳାତ୍କାର ପ୍ରତିଯୋଗିତା କୁ ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ।
ଆଜି କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ଧର୍ମଗଡ ଚାରି ଛକ ଠାରେ ଉଭୟ ଦଳର ମୁଖିଆ ଙ୍କ କୁଶପୁତ୍ତଳିକା ଦାହ କରାଗଲା। ଗତ କିଛିଦିନ ତଳେ ବାଲେଶ୍ଵର ଏଫ୍ ଏମ କଲେଜ ଛାତ୍ରୀ ସୌମ୍ୟା ଶ୍ରୀ ବିସି ଙ୍କ ଆତ୍ମହତ୍ୟାକୁ ନେଇ ଭୁବନେଶ୍ବର ରେ ଉଭୟ ଦଳ କଂଗ୍ରେସ ଓ ବି ଜେ ଡି ହାଇ ଡ୍ରାମା କରି ମୋହନ ସରକାରଙ୍କୁ ଇସ୍ତଫା ଦେବାକୁ ନାରାବାଜି ଦେଇଥିଲେ।କିନ୍ତୁ ତାହା ଏବେ ପଡ଼ିଲା ମହଙ୍ଗା ,କଥାରେ ଅଛି ସତ କେବେ ଲୁଚି ରହେନା , ଠିକ୍ ସେମିତି ଆଜି ଲୋକହସା ହୋଇଛି ବି ଏମ ସି କର୍ପୋରେଟର ତଥା ବି ଜେ ଡି ନେତା ଅମରେଶ ଜେନା ,ଆଉ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ବିଜେପି ସରକାର ଆଜି ଜବାବ୍ ମାଗୁଛି କଂଗ୍ରେସ ଓ ବିଜେଡି ନେତାଙ୍କୁ ଆଉ ବିଜେପି ବିଧାୟକ ଖୁଲମ ଖୋଲା ଉତ୍ତର ମାଗୁଛି ଉଭୟ ବିରୋଧୀ ଦଳକୁ ବିଜେପି ମହିଳା ମୋର୍ଚ୍ଚା ଚିଲେଇ ଚିଲେଇ କହୁଛି ନାରୀ ମଂଶାସି ବିଜେପି ନୁହେଁ ।ବରଂ ବିଜେଡି ଓକଂଗ୍ରେସ ମଧ୍ୟରେ ଚାଲିଛି ବଳାତ୍କାର ପ୍ରତିଯୋଗିତା। ତେଣୁ ଆମ ରାଜ୍ୟରେ ନାରୀ ସୁରକ୍ଷିତ ନୁହେଁ ।ତେଣୁ ବିଜେପି ଦଳ ପକ୍ଷ ରୁ କୁହାଯାଇଛି ପଣସ ଖାଇଲା କିଏ ଅଠା ବୋଲା ଜାଉଛି କାହା ମୁଣ୍ଡରେ ତେଣୁ ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନିରୁପମା ନାଏକ ଓ ବିଧାୟକ ସୁଧୀର ରଂଜନ ପଟ୍ଟ ଯୋଶୀ ଙ୍କ ଦ୍ୱାରା ଧର୍ମଗଡ ଚାରି ଛକ ଠାରେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଗଲା।ଧର୍ମଗଡ ରୁ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ ଫୋକସ।