ଭିକ୍ଟ୍ରି ଡେ ପରେଡରେ ଭାଗ ନେବେନି ମୋଦି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷିଆ ଗସ୍ତ ବାତିଲ । ମେ ୯ରେ ମସ୍କୋରେ ହେବାକୁ ଥିବା ଭିକ୍ଟ୍ରି ଡେ ପରେଡରେ ଭାଗ ନେବେନି ମୋଦି । କ୍ରେମଲିନ ମୁଖପାତ୍ର ପେସକୋଭ୍ଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପହଲଗାମ୍ ରେ ଆତଙ୍କୀ ହମଲା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶ ନିଜ ସୁରକ୍ଷାକୁ ଅଧିକ ଗୁରୁତ୍ତ୍ୱ ଦେଉଛି । ଭାରତ ପହଲଗାମ୍ ଆକ୍ରମଣକୁ ଖୁବ ଗମ୍ଭୀରତାର ସହ ନେଇଛି । ଦେଶରେ ବର୍ତ୍ତମାନ ସ୍ଥିତିକୁ ସମ୍ଭାଳିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେ କୌଣସି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଠାରୁ ଅଧିକ ଜରୁରୀ ହୋଇପଡିଛି ।
ଅନ୍ୟପଟେ ବଡ଼ ଆକ୍ସନର ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଘୋଷଣାକୁ ବାକି । ଆଉ କିଛି ସମୟ ପରେ ଆସିପାରେ ବଡ଼ ଘୋଷଣା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ମିଟିଂ ଶେଷ ହୋଇଛି । ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟି ମିଟିଂ ବି ଶେଷ ହୋଇଛି । ଏ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ଆକ୍ସନ ପାଇଁ ସେନାକୁ ଗ୍ରୀନ ସିଗନାଲ୍ ଦିଆଯାଇଛି । ଅପରେସନର ଟାର୍ଗେଟ୍ ଓ ସମୟ ସ୍ଥିର କରିବ ସେନା । ପରବର୍ତ୍ତୀ ପଦକ୍ଷେପ ପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ସେନା ଉପରେ ଦେଶର ଭରସା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।