Header-News-Banner

ରାଜନୀତିରେ ଏଣ୍ଟ୍ରି କରିବେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା!

0
1745936215481_tHUM

ବଲିଉଡ ଅଭିନେତ୍ରୀ ଗତ କିଛି ଦିନ ହେଲା ବହୁ ଚର୍ଚ୍ଚାରେ ରହୁଛନ୍ତି। ଏବେ ଆଇପିଏଲରେ ମଧ୍ୟ ପ୍ରୀତିଙ୍କ କ୍ରେଜ ଜାରି ରହିଛି। ପଞ୍ଜାବ କିଙ୍ଗ୍ସର ମାଲିକାଣୀ ହେଉଛନ୍ତି ପ୍ରୀତି। ସିମ୍ପଲ ଲୁକ୍ସ ଏବଂ ଡିମ୍ପଲ ଗର୍ଲ ପାଇଁ ପ୍ରୀତିଙ୍କୁ ସମସ୍ତେ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି କି ଆପଣ କଣ ରାଜନୀତିରେ ଆପଣଙ୍କ କ୍ୟାରିୟର କରିବାକୁ ଚାହୁଁଛନ୍ତି କି। ଏକ ନିର୍ଦ୍ଦିଷ୍ଟ ଦଳରେ ଆପଣ ମିଶିବେ ବୋଲି ଶୁଣିବାକୁ ମିଳୁଛି। ଏହାର ଜବାବରେ ପ୍ରୀତି ଏକଦମ ରାଗିଯାଇଥିଲେ। ପ୍ରୀତି କହିଥିଲେ ଯେ, ଲୋକଙ୍କର ଚିନ୍ତାଧାରା ସେତିକି ପର୍ଯ୍ୟନ୍ତ ହୋଇଥାଏ। ସେମାନେ ଆପଣଙ୍କୁ ନ ଜାଣିକି ମଧ୍ୟ ଆପଣଙ୍କୁ ନେଇ ମତ ଦେଇ ଦିଅନ୍ତି। ମହାକୁମ୍ଭ ଯିବାର ଅର୍ଥ ନୁହେଁ ଯେ, ମୁଁ ରାଜନୀତିରେ ମିଶିଯିବି।

ପ୍ରୀତିଙ୍କ ଜବାବ ଶୁଣିକି ଉକ୍ତ ୟୁଜର୍ସ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାପରେ ଉକ୍ତ ୟୁଜର୍ସଙ୍କୁ ପ୍ରୀତି କ୍ଷମା ମାଗିଛନ୍ତି। ପ୍ରୀତି ଲେଖିଛନ୍ତି ଯେ, ମୋ ଉତ୍ତର ଯଦି ଆପଣଙ୍କୁ ଆଘାତ ଦେଇଥିବ ତାହେଲେ ମୋତେ କ୍ଷମା କରିବେ। ମୋତେ ଏଇ ପ୍ରଶ୍ନ ଶୁଣିକି ଟିକେ ବିରକ୍ତ ଲାଗିଥିଲା। ମୁଁ ମା’ ହେବାପରେ ଏବଂ ବିଦେଶକୁ ଆସିବାପରେ ମୁଁ ଚାହେଁନି ଯେ, ମୋ ଛୁଆମାନେ ହିନ୍ଦୁ ସଂସ୍କୃତିକୁ କେବେ ଭୁଲିଯାଆନ୍ତୁ। କାରଣ ମୋ ସ୍ବାମୀ ଭଗବାନଙ୍କୁ ବିଶ୍ବାସ କରନ୍ତିନି। ସେଥିଲାଗି ମୋ ଛୁଆଙ୍କୁ ହିନ୍ଦୁ ଧର୍ମ ଉପରେ ବିଶ୍ବାସ କରିବାକୁ ମୁଁ ଚେଷ୍ଟା ଜାରି ରଖିଛି। ପ୍ରୀତି ଆଉ ମଧ୍ୟ କହିଛନ୍ତି ମୁଁ ଗୋଟିଏ କଥା ଜମା ବି ବିଶ୍ବାସ କରିପାରୁନି ଲୋକ ମୋତେ ଅଯଥା ଆଲୋଚନାକୁ କାହିଁକି ଟାଣୁଛନ୍ତି। ପ୍ରକାଶ ଥାଉ କି, ୨୦୧୬ ମସିହାରେ ପ୍ରୀତି ଜିଣ୍ଟା ତାଙ୍କ ସ୍ବାମୀ ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ। ୨୦୨୧ରେ ଉକ୍ତ ଦମ୍ପତି ସରୋଗେସି ସାହାଯ୍ୟରେ ଜାଆଁଳା ସନ୍ତାନଙ୍କର ପିତାମାତା ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *