Header-News-Banner

ଉପନିର୍ବାଚନ ପାଇଁ ଓଡ଼ିଶା-ଛତିଶଗଡ ସୀମାରେ ପୋଲିସର ଯାନଚାଲାଣ ଯାଞ୍ଚ

0
IMG-20251014-WA0123

ସିନାପାଲି:୧୪/୧୦ (ମଳୟ ମେହେର) ନୂଆପଡା ଜିଲ୍ଲାର ଭିତରେ ଓଡ଼ିଶା ଏବଂ ଛତିଶଗଡ ସୀମାଞ୍ଚଳ ଅଞ୍ଚଳରେ ଉପନିର୍ବାଚନ ଆଗରୁ ପୋଲିସ ପକ୍ଷରୁ କଡା ଯାନ ତଦାରଖ ଓ ଯାଞ୍ଚ ଆରମ୍ଭ ହୋଇଛି । ସୀମା ଅଞ୍ଚଳରେ ପ୍ରବେଶ କରୁଥିବା ସମସ୍ତ ଯାନକୁ ଠିକ ଭାବରେ ଯାଞ୍ଚ କରାଯାଉଛି ଏବଂ ସନ୍ଦେହଜନକ ଯାନ ଓ ବ୍ୟକ୍ତିମାନଙ୍କୁ ନିକଟତମ ଥାନାରେ ପ୍ରଶ୍ନୋତ୍ତର ପାଇଁ ନେଇଯାଉଛି । ଅନିୟମିତ ଧନ ପ୍ରବାହ, ମଦ୍ୟପାନ ସାମଗ୍ରୀ ଓ ଅସ୍ତ୍ର ଅନୁପ୍ରବେଶ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି କଡା ଯାଞ୍ଚ ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ସୀମା ଅଞ୍ଚଳରେ ଥିବା ସମସ୍ତ ପୋଲିସ ଚେକପୋଷ୍ଟଗୁଡିକୁ ସକ୍ରିୟ କରାଯାଇଛି । ସୀମା ଅଞ୍ଚଳରେ ନିୟମିତ ଭାବରେ ଦିନ ଓ ରାତି ଯାନଚାଲାଣ ଯାଞ୍ଚ ଚାଲିଛି । ପୋଲିସ ଅଧିକାରୀମାନେ ଯାନ ମଧ୍ୟରେ ଥିବା ସାମଗ୍ରୀ ସତର୍କ ଭାବରେ ଯାଞ୍ଚ କରୁଛନ୍ତି ଯେ କୌଣସି ଅବୈଧ ସାମଗ୍ରୀ ରହିନାହିଁ । ନୂଆପଡା, ସିନାପାଲି ଓ ଖରିଆର ଅଞ୍ଚଳର ସୀମାରେ ଏହି ଯାଞ୍ଚ ଅଭିଯାନ ଚାଲିଛି ଓ ପୋଲିସ ବିଭାଗ ଏହାକୁ ନିୟମିତ ତଦାରଖ କରୁଛି । ଉପନିର୍ବାଚନ ଦିନ ଆସୁ ଆସୁ ପୋଲିସ ତତ୍ପରତା ଆହୁରି ବଢ଼ିବା ଆଶା କରାଯାଉଛି । ପ୍ରଶାସନ ପକ୍ଷରୁ ନିର୍ବାଚନ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *