ଛଅଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ଆକାଶଗୌରପୁର ଗ୍ରାମପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଶିଳାନ୍ୟାସ କରି ଦୀର୍ଘ ଦିନର ସ୍ୱପ୍ନ ପୂରଣ କଲେ ବିଧାୟକ ଆକାଶ
(କେଶବ ମଲ୍ଲିକ )କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ଅସନଝର ଓ ଗୌରପୁର ଗ୍ରାମପଂଚାୟତରେ ୬ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ସକାଳ ୧୧ ଘଟିକା ସମୟରେ ଅସନଝର ଗ୍ରାମପଂଚାୟତ ରାମକୃଷ୍ଣପୁର ଛକରେ ଆର୍.ଡି. ରାସ୍ତା ଠାରୁ ଯୁଗଳ ରାସ୍ତାର ଦୃଢୀକରଣ ଓ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା । ଅଟକଳ ପରାମାଣ – ୬ କୋଟି । ସେହିଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଗୌରପୁର ଠାରେ ଗୌରପୁର ଗ୍ରାମପଂଚାୟତର ନୂତନ କାର୍ଯ୍ୟାଳୟ, ଅଟକଳ ପରିମାଣ – ୩୫ ଲକ୍ଷ ଓ ଗ୍ରାମପଂଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଓ ମାର୍କେଟ କମ୍ପେ୍ଲକ୍ସ, ଅଟକଳ ପରିମାଣ – ୩୦ ଲକ୍ଷ ର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ସେହି ଶୋଭାଯାତ୍ରାରେ ଯାଇ ଇଚ୍ଛାପୁର ଠାରେ ଇଚ୍ଛାପୁର ପ୍ରାଥମିକ କୃଷି ସମବାୟ ସମିତି ନୂତନ ମଣ୍ଡିର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଅଟକଳ ପରିମାଣ – ୫୦ ଲକ୍ଷ । ତା’ପରେ ଇଚ୍ଛାପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲ । ଅଟକଳ ପରିମାଣ – ୧୦ ଲକ୍ଷ । ତା’ପରେ ଗ୍ରାମପଂଚାୟତ କଲ୍ୟାଣ ମଣ୍ଡପ, ତୁଳସୀପୁର ଠାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଉଦ୍ଘାଟନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ । ଆ୍.ଡି. ରାସ୍ତା ଠାରୁ ଯୁଗଳ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ଆକାଶ । ଏହି ରାସ୍ତାର ଉନ୍ନତିକରଣ ହେଲେ ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତା ପୂରଣ ହେବା ସହ ଅଂଚଳବାସୀ ଉପକୃତ ହୋଇପାରିବେ ଏବଂ ଗାଁ ତଥା ପଂଚାୟତର ଭିତିଭୂମିର ବିକାଶ ହୋଇପାରିବ । ଗ୍ରାମୀଣ ଭିତିଭୂମିର ବିକାଶ ତ୍ୱରାନ୍ୱିତ ହେଲେ ଏହା ସମୃଦ୍ଧ ତଥା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଶ୍ରୀ ଦାସନାୟକ କହିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ଗୌରପୁର ଶକ୍ତି କେନ୍ଦ୍ରର ସଭାପତି ଜନ୍ମେଜୟ ସାହୁ, ପ୍ରକାଶ ଧଳ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ବୈତରଣୀ ମଣ୍ଡଳ ସଭାପତି ଆଲୋକ ମଲ୍ଲିକ, ଖରସ୍ରୋତା ମଣ୍ଡଳ ସଭାପତି ଭାସ୍କର ସାହୁ, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ସରପଂଚ ସାରଙ୍ଗ ପ୍ରଧାନ, ପଦ୍ମାବତୀ ପଣ୍ଡା, ରବିନ୍ଦ୍ର ବେହେରା, ରଞ୍ଜନ ଦାସ, ବିଷ୍ଣୁ ଚରଣ ରଥ, ସରପଂଚ ମମତା ମଞ୍ଜରୀ ସ୍ୱାଇଁ, ପ୍ରିତିରଞ୍ଜନ ସାହୁ, ଧନେଶ୍ୱର ବାରିକ, ଦୀପ୍ତିମୟୀ କୁଅଁର, ଜୟନ୍ତୀ ସାହୁ, ଉଦୟ ପରିଡା, ରଶ୍ମିରଞ୍ଜନ ପରିଡା, ସଞ୍ଜିବ ନାୟକ, ରାଜକିଶୋର ବେହେରା, ବସନ୍ତ କର, ନୀଳମାଧବ ଚକ୍ର, ସରୋଜ ନାୟକ, ଗୋପିନାଥ ମହାପାତ୍ର, ପ୍ରଶାନ୍ତ ମଲ୍ଲିକ, ମନ୍ମଥ ଜେନା, ମଳୟ ଖଟୁଆ, ପ୍ରହଲ୍ଲାଦ ଜେନା, ଗୋପାଳ ସାହୁ, ସୁବ୍ରତ ସ୍ୱାଇଁ, ରମେଶ ଭୂୟାଁ, ଦିଲ୍ଲୀପ ସ୍ୱାଇଁ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରକାଶ ସାହୁ, ରଞ୍ଜନ ଦାସ, ପ୍ରତାପ ସାହୁ, ନକୁଳ ସାମନ୍ତରାୟ, ଦିବାକର ମହାପାତ୍ର, ହିଂମାଶୁ ପାଢୀ, ମଞ୍ଜୁଲତା ସ୍ୱାଇଁ, ରାଜେନ୍ଦ୍ର ଗାହାଣ, ସୁଜିତ୍ ସ୍ୱାଇଁ, ଅଶୋକ ବାରିକ, ସୁବ୍ରତ ସେଠୀ, ପ୍ରମୋଦ ସାହୁ, ରବିନ୍ଦ୍ର ଜେନା, ସୀତାକାନ୍ତ କୁଅଁର, ପ୍ରଶାନ୍ତ ନାୟକ, ଅକ୍ଷୟ ନାୟକ, ଭରତ କୁମାର ସାହୁ, ବଳରାମ ସାହୁ, ବିଜୟ କୁମାର ସାହୁ, ଅଭୟ କୁମାର ସ୍ୱାଇଁ, ପ୍ରତାପ କୁମାର ସାହୁ, ପ୍ରଫୁଲ୍ଲ ଜେନା, ପ୍ରହଲ୍ଲାଦ ଦେଓ, ମନୋଜ ବିଶ୍ୱାଳ, ସୁରେଶ ବେହେରା, ନାରାୟଣ କର, ଶ୍ୟାମସୁନ୍ଦର ସାହୁ, ଶଶିକଳା ପଣ୍ଡା, ପଦନ ଦାସ, ଲକ୍ଷ୍ମୀଧର ନାୟକ, ହରେକୃଷ୍ଣ ଖଣ୍ଡାଇ, ଶୁଭଞ୍ଜନ ଦାସ, ସୁରେନ୍ଦ୍ର ମଲ୍ଲ, କୁନା ବାରିକ ପ୍ରମୁଖ ଯୋଗଦେଇଥିଲେ ।