Header-News-Banner

ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ନୂତନ ସମ୍ପାଦକ

0
IMG-20251124-WA0128

ନନ୍ଦପୁର ୨୪-୧୧,(ବିମଳ ସ୍ମିତ) ପର୍ଯ୍ୟଟନ ବିକାଶ ପରିଷଦର ନୂତନ କମିଟି ସଦସ୍ୟ ସମ୍ପାଦକ ସାମୁଏଲ ଦଳପତି ଓ କୋଷାଧ୍ୟକ୍ଷ ପ୍ରଭାତ ଗୁରୁମାଇ, କିଛି ସଦସ୍ୟ ବାବୁରାଓ ଖରା, ଅରୁଣ ପାଣ୍ଡିଆ, ବିଜୟ ଲକ୍ଷ୍ମୀ୍ ପଟ୍ଟନାୟକଙ୍କୁ ନେଇ ରାଣୀ ଡୁଡୁମା ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି l ରାଣୀ ଡୁଡୁମା ଯାନବାହାନ ପାର୍କିଂ ସ୍ଥଳ ପରିଦର୍ଶନ କରି ପାର୍କିଂ ଶୁକ୍ଲ ଆଦାୟର ସମୀକ୍ଷା କରିବା ସହ ଆଗକୁ ଯେପରି ଯାନବାହାନ ପାର୍କିଂ ସ୍ଥଳର ଉନ୍ନତି କରଣ ସହ ସୁବିଧା ଜନକ ହୋଇପାରିବ ସେ ନେଇ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରାଯିବ। ପରିଷଦର ଚେୟାରମେନ୍ ତଥା ବିଧାୟକ ଶ୍ରୀ କାଡ଼ାମ ବୋଲି କହିଛନ୍ତି ସମ୍ପାଦକ ଦଳପତି ସୂଚନା ଦେଇଛନ୍ତି l ତେବେ ସେପଟେ ପ୍ରତିଦିନ ସଂଗ୍ରହ ହେଉଥିବା ଅର୍ଥର ସଠିକ୍ ହିସାବ ପ୍ରତିଦିନ ତନଖିବା ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ନୂତନ କୋଷାଧ୍ୟକ୍ଷ ପ୍ରଭାତ ଗୁରୁମାଇ l ଅନ୍ୟପଟେ ଜଣେ ମହିଳା ସଦସ୍ୟ ବିଜୟ ଲକ୍ଷ୍ମୀ ପଟ୍ଟନାୟକ ଉକ୍ତ ଅଂଚଳ ପରିଦର୍ଶନ କରି ସମସ୍ତ ଦିଗ ପ୍ରତି ନଜର ରଖି ଥିବା ଜଣାପଡିଛି l ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି l

Spread the love

Leave a Reply

Your email address will not be published. Required fields are marked *