Header-News-Banner

୩୦ ହାତୀର ଆତଙ୍କ: ବୋଡେ଼ନ ବ୍ଲକରେ ବହୁ ଚାଷ ଜମି ନଷ୍ଟ

0
IMG-20251124-WA0121

ବୋଡେ଼ନ, ୨୪/୧୦ (କଶ୍ୟପ ଜଗତ/ ମଳୟ ମେହେର): ନୂଆପଡ଼ା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ତିଖାଳି ଡ୍ୟାମ ପାର୍କ ସଂଲଗ୍ନ ଜଙ୍ଗଲ ଓ ଦରଗାଁ ଅଂଚଳରେ ପ୍ରାୟ ୩୦ ଟି ହାତୀର ଏକ ବଡ଼ ପାଳ ଆତଙ୍କ ସୃଷ୍ଟି କରି ଘୁରିବାରୁ ଗାଁବାସୀ ଭୟଭୀତ ଅଛନ୍ତି । ଏହି ହାତୀମାନେ ଗତ କିଛି ଦିନ ଧରି ଅନେକ ଚାଷୀଙ୍କ ଧାନ, ବାଦାମ ଓ ଅନ୍ୟାନ୍ୟ ଫସଲକୁ ନଷ୍ଟ କରିଦେଇଛନ୍ତି । ସୂଚନା ଅନୁସାରେ, ହାତୀପାଳଟି ଛତ୍ତିଶଗଡ଼ର ଉଦନ୍ତୀ ଟାଇଗର ରିଜର୍ଭ ଅଞ୍ଚଳରୁ ଚାଲିଆସି ସର୍ବପ୍ରଥମେ କୋମନା ବ୍ଲକରେ ଜଙ୍ଗଲରେ ଦେଖାଦେଇଥିଲା । ପରେ ଏହା ନାଗପଡା, ଝରଣାମାଲ ଦେଇ ତିଖାଳି ଅଞ୍ଚଳକୁ ପ୍ରବେଶ କରିଛି । ବନବିଭାଗ କର୍ମଚାରୀମାନେ ହାତୀମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖୁଛନ୍ତି ଏବଂ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରୁଛନ୍ତି ଯେ ହାତୀ ନିକଟରେ କୌଣସି ପ୍ରକାର ଉତ୍ତେଜନାକାରୀ କାର୍ଯ୍ୟ ନକରନ୍ତୁ । ଦରଗାଁ ଅଞ୍ଚଳର ଚନ୍ଦ୍ର ପଟେଲ, ମୁନିରାମ ବେହେରା, ଅମୃତ ଜଗତ, ତୁଳସୀରାମ ଜଗତ, ଶଙ୍କର ଦଳ, ରାଧିକା ଦଳ, ରବୀନ୍ଦ୍ର ଦଳ, ଅଖରବଳ ଦଳ, ଭୂତେଶ୍ୱର ଦଳ, ଗଜିନ୍ଦ୍ର ଦଳ ସହ ଅନ୍ୟାନ୍ୟ ଅନେକ ଚାଷୀଙ୍କ ଫସଲ ହାତୀ ତଣ୍ଡବରେ ଧ୍ୱଂସ ହୋଇଯାଇଛି ।ଖଡ଼ିଆଳ ବନଖଣ୍ଡ ଅଧିକାରୀ କହିଛନ୍ତି,
“ଏହି ହାତୀପାଳ ଉପରେ ନିରନ୍ତର ନଜର ରଖାଯାଉଛି । ଲୋକମାନଙ୍କ ସୁରକ୍ଷା ସହିତ ହାତୀମାନଙ୍କୁ ବନ୍ୟ ଅଞ୍ଚଳକୁ ଫେରାଇବା ପାଇଁ ସବୁ ପ୍ରୟାସ ଚାଲିଛି । ଯେଉଁ ଚାଷୀମାନଙ୍କର କ୍ଷତି ହୋଇଛି ସେମାନଙ୍କ ପାଇଁ କ୍ଷତିଆକଳନ ହେଉଛି ଓ ଯଥାଶୀଘ୍ର ସରକାରୀ ଅନୁକମ୍ପା ସହାୟତା ମିଳିବ । ସେ ଅଧିକ କହିଛନ୍ତି ଯେ, ଯାହାର ଘର ବା ଚାଷ ଜମିର କ୍ଷତି ହୋଇଯାଇଛି, ସେମାନେ ବନବିଭାଗ ନିକଟରେ ଶୀଘ୍ର ଆବେଦନ କରିବାକୁ । ହାତୀ ଆତଙ୍କରେ ଲୋକମାନେ ରାତିରେ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଥିବା ବେଳେ ବନବିଭାଗ ଓ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ପଦକ୍ଷେପ ନେଉଛି । ବନବିଭାଗର କର୍ମଚାରୀମାନଙ୍କୁ ସହଯୋଗ ସହ ଲୋକମାନଙ୍କୁ ସାହାର୍ଯ୍ୟ ଓ ସଚେତନତା କରିଛନ୍ତି ସାନମହେଶ୍ୱର ପଂଚାୟତର ସରପଞ୍ଚ ଆଲ୍ଲାଦିନ ବେହେରା, ଖିରୋଦ ଚନ୍ଦ୍ର ବେହେରା, ବରିଷ୍ଠ ସମାଜସେବୀ ଦଶମୁ ବେହେରା ଓ ଅନ୍ୟାନ୍ୟ ସ୍ଥାନୀୟ ବାସିନ୍ଦା ଓ ଯୁବଗୋଷ୍ଠୀ ।

Spread the love

Leave a Reply

Your email address will not be published. Required fields are marked *