Header-News-Banner

ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ

0
IMG-20251206-WA0050

କୃଷ୍ଣପ୍ରସାଦ,୦୬/୧୨(ଆ.ପ୍ର): ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ନାରାୟଣ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାପୀଠ ପ୍ରଧାନଶିକ୍ଷକ ପ୍ରବୀର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ମୁଖ୍ୟ ଅତିଥିଭାବେ ବିଆରସିସି ସିଦ୍ଧେଶ୍ଵର କରଣ,ଚିଲିକା ନୂଆପଡା ଗ୍ରାମ୍ୟ ବ୍ଯାଙ୍କ ଶାଖା ପରିଚାଳକ ସୌମ୍ୟ ରଞ୍ଜନ ଦାସ,ସମ୍ମାନିତ ଅତିଥି ସିଆରସିସି ସୁନୀଲ କୁମାର ଜେନା, ମୁଖ୍ୟବକ୍ତା ସାମାଜିକ କର୍ମୀ ଶଙ୍କର୍ଶଣ ପଲେଇ, ଗଣମାଧ୍ୟମ ପ୍ରତିନିଧି ବିଦ୍ଯାଧର ପଲେଇ,ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ପ୍ରଧାନ, ପ୍ରଶାନ୍ତ ନାୟକ, କାମଦେବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏକକ ବ୍ଯବହୃତ ପ୍ଲାଷ୍ଟିକ,ଇ ଆବର୍ଜନା ହ୍ରାସ,ଶକ୍ତି ସୁରକ୍ଷା,ସୁସ୍ଥ ଜୀବନ ଶୈଳୀ ,ବର୍ଷା ଜଳ ସଂରକ୍ଷଣ ,ପୋଷଣୀୟ ଖାଦ୍ଯ ପଦ୍ଧତି ଆଦି ପ୍ରକଳ୍ପ ମାନ ପ୍ରଦର୍ଶନ କରାଯାଇଥିଲା । ୫ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା । ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଇକୋ ପ୍ରଦର୍ଶନୀକୁ ପରିଚାଳନା କରିଥିଲେ । ଶୁଭଶ୍ରୀ ପ୍ରିୟଦର୍ଶିନୀ ଦାଶ,ଆଦ୍ୟାଶା ମହାରଣା,ସତ୍ୟଜିତ ପଣ୍ଡା ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଳଙ୍କୃତ କରି ଅତିଥିଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଅଶୋକ କୁମାର ସାମଲ,ଅଳକା ଆଚାରୀ, ଅମ୍ବିକା ନାୟକ,ଅକ୍ଷୟ ପଲେଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *