ଜବାହରଲାଲ କଲେଜର ଛାତ୍ର ହେମର ଥ୍ରୋ କ୍ରିଡା ପ୍ରତିଯୋଗିତାର ଶିର୍ଷ ସ୍ଥାନରେ
ପାଟଣାଗଡ଼- ୬/୧୨ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜବାହରଲାଲ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ର ଶିବା ମେହେର ଜାତୀୟ କ୍ରିଡା ପ୍ରତିଯୋଗିତା ରେ ଶିର୍ଷ ସ୍ଥାନରେ ରହି କଲେଜର ତଥା ଅଞ୍ଚଳର ସୁନାମ ରଖିଛନ୍ତି।ସେ ଲକ୍ଷୌର ଗୁରୁ ଗୋବିନ୍ଦ ସିଂହ ସ୍ପୋଟ କଲେଜରେ ଆସନ୍ତା ୧୩ ରୁ ୧୭ ତାରିଖରେ ହେବାକୁ ଥିବା ଜାତୀୟ ସ୍କୁଲ କ୍ରିଡା ପ୍ରତିଯୋଗୀତାରେ ହେମର ଥ୍ରୋ ରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ଖେଳ ଶିକ୍ଷକ ପବନ କୁମାର ସାହୁଙ୍କ ଠାରୁ ତାଲିମ ପ୍ରାପ୍ତ ହୋଇ ବାଲେଶ୍ଵରରେ ଆୟୋଜିତ ରାଜ୍ୟ ସ୍ୱରୀୟ କ୍ରିଡା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଜାତୀୟ ସ୍ତରରେ ସମ୍ମାନିତ ହୋଇ ଜବାହାରଲାଲ କଲେଜର ନାମ ରଖିଥିବାରୁ କଲେଜ ଅଧ୍ୟକ୍ଷ ଅରୁଣ ପଣ୍ଡା ଶିବା ମେହେର ନିଶ୍ଚିତଭାବରେ ରାଜ୍ୟସ୍ତରୀୟ ସଫଳତା ହାସଲ କରିବେ ବୋଲି ଆଶିର୍ବାଦ କରିଥିଲେ l ଶିବା ମେହେରଙ୍କ ପ୍ରତି ଅଞ୍ଚଳର କ୍ରିଡାବିତ ମାନେ ଖୁସିର ବାର୍ତ୍ତା ପ୍ରେରଣ କରୁଛନ୍ତି ।