Header-News-Banner

ଖୁଣ୍ଟିଆରେ ଉଦଘାଟିତ ହେଲା ଧାନ ମଣ୍ଡିକଳାହାଣ୍ଡି,

0
IMG-20251206-WA0051


କଳାହାଣ୍ଡି,କୋକସରା ୦୬/୧୨: ରୁପେନ୍ଦ୍ର ସୁନାନୀ:କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୯ ତାରିଖରୁ ଖରିଫ ଧାନ କିଣାର ଶୁଭାରମ୍ଭ ହୋଇସାରିଛି। ଧୀରେ ଧୀରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଥିବା ପ୍ରାୟ ଧାନ ମଣ୍ଡିଗୁଡିକ ମଧ୍ଯ ଉଦ୍ଘାଟିତ ହୋଇସାରିଛି ।ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ, ଖୁଣ୍ଟିଆରେ ମଧ୍ଯ ଆଜି ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି। ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଶ୍ରୀରାମପୁର ଗ୍ରାମର କସ୍ତୁରବା ଗାନ୍ଧୀ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ବିଧିବଦ୍ଧ ଭାବେ ଗ୍ରାମ୍ୟ ପୁଝାରୀ ଶୋଭା ସୁନ୍ଦର ପୁଝାରୀଙ୍କ ପୂଜାର୍ଚ୍ଚନା ପରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇଥିଲା। କସ୍ତୁରବା ସ୍ଵଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ମେହେରାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହୋଇଥିବା ଏହି ସଭାରେ ଖୁଣ୍ଟିଆ ମଣ୍ଡି ଅଧିନସ୍ତ ସମସ୍ତ ଚାଷୀମାନେ ଯୋଗଦାନ କରିଥିଲେ।ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ମେହେରା ପ୍ରଶାସନର ନିୟମ ଅନୁଯାୟୀ ମଣ୍ଡି ପରିଚାଳିତ କରିବା ସହ ମଣ୍ଡିରେ ବିଦ୍ୟୁତ୍ ବ୍ୟବସ୍ଥା, ଚାଷୀ ଆଶ୍ରୟ ସ୍ଥଳର ବ୍ୟବସ୍ଥା, ଆଦ୍ରତା ମାପ ଯନ୍ତ୍ର ବ୍ୟବସ୍ଥା,ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା, କଟନି ଛଟନି ନ ହେବା ଉପରେ ନିଜ ବକ୍ତବ୍ୟ ରଖିଥିଲେ।ପରେ ଖୁଣ୍ଟିଆ ମଣ୍ଡି ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ସହ ଚାଷୀ ଯେମିତି କୌଣସି ଅସୁବିଧାର ସମ୍ମୁଖିନ ନ ହୁଅନ୍ତି ତା ଉପରେ ଧ୍ୟାନ ଦେବାକୁ ଚାଷୀ ଧର୍ମବ୍ରତ ପଣ୍ଡା ନିଜ ମତ ରଖିଥିଲେ। ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ କୈଳାସ ସୁନାନୀ ସହ ବଳଦେବ ଦୁର୍ଗା, ଚୈତନ୍ୟ ଧରୁଆ, ଟଙ୍କଧର ଧରୁଆ, ତ୍ରିନାଥ ମେହେର,ବଳରାମ ନାଏକ, ପଦ୍ମଲୋଚନ ଧରୁଆ, ବାଲ୍ମୀକି ସିଂ, ତ୍ରିଲୋକ ସିଂ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *