ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଗଣିଆ – ଗଣିଆ ବ୍ଳକର ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶିକ୍ଷକ ମାନେ ସ୍ଥାନୀୟ ଡାକବଙ୍ଗଳା ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗଣିଆ ଶିକ୍ଷା ବିଭାଗର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ୟୁନିଫାଏଡ୍ ଅଟୋମେସନ ସିଷ୍ଟମ ସ୍ଥଗିତ ରଖିବା ପାଇଁ ସେମାନେ ଉଲ୍ଲେଖ କରିଥିଲେ । ଗଣିଆ ବ୍ଳକରେ ସମସ୍ତ ଅଞ୍ଚଳରେ ମୋବାଇଲ ସେବା, ଇଣ୍ଟରନେଟ ଓ ଦକ୍ଷ ପରିଚାଳକ ନଥିବାରୁ ବର୍ତମାନ ପାଇଁ ଏହି ବ୍ୟବସ୍ଥା ଲାଗୁ ନକରିବାକୁ ଏହି ଦାବିପତ୍ରରେ ଦର୍ଶାଯାଇଛି । ଏପରିକି ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସରକାରଙ୍କ ତରଫରୁ ମୋବାଇଲ ପ୍ରଦାନ, ମାସିକ ଇଣ୍ଟରନେଟ ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ପ୍ରଦାନ, ଶିକ୍ଷକ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅଣଶିକ୍ଷକ କାର୍ଯ୍ୟରୁ ନିବୃତ ରଖିବାକୁ ସେମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା, ସମ୍ପାଦକ ସୁରେଶ କୁମାର ବେହେରାଙ୍କ ସମେତ ଶତାଧିକ ଶିକ୍ଷକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
ନୟାଗଡ଼ ଜିଲ୍ଲାର ଗଣିଆ ରୁ ସରୋଜ କୁମାର ଦାଶଙ୍କ ରିପୋର୍ଟ କଳିଙ୍ଗ ୨୪ ନ୍ୟୁଜ।