ମାଣ୍ଡିଆରେ ତିଆରି ଚା ଏବଂ ପକୁତି ଦ୍ୱାରା କାଉଡ଼ିଆ ଭକ୍ତଙ୍କୁ ସେବା କଲେ
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"436352116019211","type":"ugc"}]}}
ପାଟଣାଗଡ- ୦୩/୦୮ (ସରୋଜ କୁମାର ସାହୁ) ଶ୍ରୀଅର୍ଣ୍ଣ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ହରିଶଙ୍କର ଛକରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା, ତାହାର ମୁଖ୍ୟ ଉଦ୍ୟମକାରୀ ହେଉଛନ୍ତି ୱାସିଡିଏ ଓ କେକେପିସିଏଲ ଖପ୍ରାଖୋଲ । ଏହି ଉତ୍ସବ ମାଧ୍ୟମରେ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ପବିତ୍ର ଶ୍ରାବଣ ମାସରେ ହରିଶଙ୍କର ଛକରେ ହଜାର ହଜାର କାଉଡ଼ିଆ ଏବଂ ଶ୍ରଦ୍ଧାଳୁ ମାନେ ଜଳାଭିଷେକ ପାଇଁ ହରିଶଙ୍କର ଶିବ ମନ୍ଦିରକୁ ପ୍ରତିଦିନ ଯାଇଥାନ୍ତି । ଏହି ଅବସରରେ କାଉଡ଼ିଆ ଓ ପର୍ଯ୍ୟଟକମାନଙ୍କୁ ବିନା ରସୁଣ ଓ ପିଆଜରେ ପ୍ରସ୍ତୁତ ମାଣ୍ଡିଆ ଚା ଏବଂ ମାଣ୍ଡିଆ ପକୋଡ଼ି ମିଲେଟ ଖାଦ୍ୟ ବିତରଣ କରାଯାଇଥିଲା। ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର, ଯାହା ସୁସ୍ଥ ଜୀବନ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରେ। ଏହି ପ୍ରକଳ୍ପରେ ଲୋକମାନେ ମିଲେଟ ଖାଦ୍ୟର ପାଇଁ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ, କାଉଡ଼ିଆମାନେ ଏହି ଖାଦ୍ୟକୁ ନିତ୍ୟ ଦିନର ଖାଦ୍ୟ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଉତ୍ସାହିତ ହେବାର ପରାମର୍ଶ ଦେଇଛନ୍ତି ଉତ୍ସବରେ ଅନେକ ପର୍ଯ୍ୟଟକ ମାନେ ମିଳିତ ଥିଲେ । ଯେଉଁମାନେ ମାଣ୍ଡିଆ ଖାଦ୍ୟର ସ୍ୱାଦ ଏବଂ ପୋଷଣ ବିଷୟରେ ସରାହନା କରିଥିଲେ। ବ୍ଳକ ସଂଯୋଜକ ଉମେଶ ଗୁପ୍ତା, ଶୋଭମୟ ଦାସ ,ସର୍ବେସର ଗଡ଼ତିଆ, କେକେପିସିଏଲ ସିଇଓ ଗଣେଶ ବନଛୋର,ମେଣ୍ଟାଲ ହେଲଥ ସଂଯୋଜକ ମାଧବ ଚନ୍ଦ୍ର ଖର୍ସେଲ, ଅକ୍ଷୟ ଭୋଇ ଯୋଗାଇ ଥିବାବେଳେ ଜୟରାମ ପାତ୍ର,ତୁଳସୀରାମ ନିଆଲ,ହେମନ୍ତ ସାହୁ, ଚୂଡ଼ାମଣି ମଲ୍ଲିକ, ସୁପ୍ରିୟା ସାହୁ,ରତ୍ନାବତି ମାଝୀ,ଯୋଗଦେଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭୋଜରାଜ ବରିହା,ଫକୀର ସାହୁ,ସଦାନନ୍ଦ ବାଗ,ବାସନ୍ତୀ ମୁଣ୍ଡା, ଡ଼ମ୍ବୁରୁଧର ସାହୁ,ପୁରଞ୍ଜନ ସେଠ, ସିବା ପୁଟେଲ,ପୁରନ୍ଦର ବନଛୋର,ବିକାଶ ପଧାନ, ଦୁର୍ଯ୍ୟୋନ ରାୟ, ସମୀର ପାଣିଗ୍ରାହୀ,ସୁଭଦ୍ରା ମଲ୍ଲିକ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ ।