Header-News-Banner

ଖଣିବିଭାଗ ଓ ପୋଲିସ୍ ର ମିଳିତ ଚଢାଉ

0
Picsart_25-08-06_17-59-09-054

ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ବାଲିଘାଟରେ ଖଣି ବିଭାଗ ଓ ପୋଲିସ୍ ର ମିଳିତ ଚଢାଉ ଫଳରେ ୫ ବାଲି ବୋଝେଇ ଟ୍ରାକ୍ଟର ସହିତ ଏକ ଜେସିବି ମେସିନ୍ ଜବଦ ସହ ଡ୍ରାଇଭର ଅଟକ ଥିବା ସୂଚନା ମିଳିଛି ା ଚୋରା ବାଲି ଉତ୍ତ୍ବଳନ ହୋଇ ଚାଲାଣ ହେଉଥିବା ଖବରପାଇ ଆଜି ଖଣି ବିଭାଗ ଓ ଘଷିପୁରା ପୋଲିସ୍ ସହାୟତାରେ ପ୍ରଥମେ କୁଶେଇ ନଦୀର ଟୋଲଙ୍କପଡା ଘାଟଠାରେ ଚଢାଉ କରିଥିଲା ା ଚଢାସମୟରେ ସେଠାରୁ କେତେକ ଟ୍ରାକ୍ଟର ଖସି ପଳାଇଥିବା ବେଳେ ଗୋଟିଏ ଟ୍ରାକ୍ଟର ସହ ବାଲି ଉତ୍ତ୍ବୋଳନରେ ବ୍ଯବହୃତ ଜେସିବି ମେସିନ୍ କୁ ଜବଦ କରାଯାଇଛି ା ଏଥି ସହ ଟ୍ରାକ୍ଟର ଡ୍ରାଇଭର କୁ ଅଟକ ରଖିଛି ପୋଲିସ୍ ା ପରେ ପରେ ବୈତରଣୀ ନଦୀର ଅମାରଙ୍ଗ ଘାଟରୁ ବାଲି ବୋଝେଇ କରି ଆସୁଥିବା ୪ଟି ଟ୍ରାକ୍ଟର କୁ ଜବଦ କରିଛି ଖଣିବିଭାଗ ା ଏମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ ହେବାକୁଥିବା ସୁଚନା ମିଳିଛି ା ବର୍ଷା ରୁତୁ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଚଳିତ ବର୍ଷ ଜୁନ୍ ମାସ ୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ଯନ୍ତ ବାଲି ପରିବହନକୁ ବନ୍ଦ କରାଯାଇଛି ା

Spread the love

Leave a Reply

Your email address will not be published. Required fields are marked *