Header-News-Banner

ନାରାୟଣୀ ମନ୍ଦିର ପ୍ରତିଷ୍ଠା

0
IMG-20250806-WA0085

ରେଢ଼ାଖୋଲ (ଷଡାନନ ପ୍ରଧାନ) ରେଢ଼ାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ରେ ଆଜି ମା ନାରାୟଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଆବାହନ କାଳରୁ ବଡ଼ମାଳ ର ମଝିପଡା ଓ ବୁରପଡା ମଧ୍ୟ ସ୍ଥଳ ରେ ଦେବୀ ନରାୟଣୀ ପୂଜା ପାଇ ଆସୁଥିଲେ। ଦେବୀ ଙ୍କ ମନ୍ଦିର ଟି ଜରାଜୀର୍ଣ୍ଣ ହୋଇପଡିଥିଵାରୁ ଗ୍ରାମବାସୀ ତାକୁ ଭାଙ୍ଗି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ଆଜି ବିଧିବଦ୍ଧ ଭାବେ ମା ଙ୍କୁ ନୂତନ ମନ୍ଦିର କୁ ପ୍ରବେଶ କରାଯାଇଥିଲା। ଠାକୁର ବାଘ ସପତ୍ନୀକ କର୍ତ୍ତା ସାଜିଥିବା ବେଳେ ପଣ୍ଡିତ ଗୋପୀନାଥ ମିଶ୍ର ପୂଜାର୍ଚନା କରିଥିଲେ। ଗୁପ୍ତେଶ୍ୱର ରଣା, ବାବୁଲାଲ ରଣା, ଷଡାନନ ପ୍ରଧାନ, କଳ୍ପତରୁ ଷଣ୍ଢ, ସତ୍ୟନାରାୟଣ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଗୌରାଙ୍ଗ ସାହୁ, ଧନମାଳୀ ସେଠ, ଡମ୍ବରୁଧର ସାହୁ, ରାଧାକାନ୍ତ ଘିବିଲା ପ୍ରମୁଖ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *