Header-News-Banner

ଅଙ୍ଗନବାଡି ସଂଘ ପକ୍ଷରୁ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ

0
Picsart_25-08-07_20-19-50-567

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"436352116019211","type":"ugc"}]}}

.

ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର ରାଜ୍ୟ ସଂଘ ନିଷ୍ପତି କ୍ରମେ ୭ ଦଫା ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଧର୍ମଗଡ଼ ସିଡିପିଓ ଓ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖ ଥାଉ କି କେନ୍ଦ୍ର ସରକାର ଅଙ୍ଗନବାଡି କେନ୍ଦ୍ର ରେ ଥିବା ସମସ୍ତ ଶିଶୁ ଓ ବାଳିକା ମାନଙ୍କ ର ଇ-କେୱାସି ଓ ଫେସ କେପଚାର କରିବା ପାଇଁ ବାଧ୍ୟତା ମୂଳକ କରିଥିବା ବେଳେ ଅଙ୍ଗନବାଡି କର୍ମି ମାନଙ୍କ କମ ଦରମା ଯୋଗୁଁ ଉନ୍ନତ ମାନର ମୋବାଇଲ ଫୋନ ନ ଥିବାରୁ ଫେସ କେପଚାର କରି ପାରୁ ନ ଥିବାରୁ ସରକାର ଉନ୍ନତ ମାନର ମୋବାଇଲ ସହିତ ଉନ୍ନତ ମାନର ନେଟୱାର୍କ୍ ଏବଂ ୱାଇଫାଇ ର ବ୍ୟବସ୍ଥା କରିବା, ପ୍ରତି ତିନି ମାସ କୁ ରିଚାର୍ଜ ବାବଦ କୁ ୯୦୦ ଟଙ୍କା ପ୍ରଦାନ, ଛଅ ମାସକୁ ଥରେ ଫେସ କେପଚର କରିବା ,ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ NSPY ଯୋଜନା ରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଯୋଜନା ରେ ଆସୁଥିବା ଅର୍ଥ ରାଶି ଯୁଗ୍ମ ସଞ୍ଚୟ ଖାତାରେ ଜମା କରିବା,ପ୍ରତି ବ୍ଳକରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବା ଭଳି ବିଭିନ୍ନ ଦାବୀ ନେଇ ଧର୍ମଗଡ଼ ବ୍ଲକ ଅଙ୍ଗନବାଡ଼ି ୱାର୍କର ସଂଘ ସଭାପତି ଇନ୍ଦୁମତି ବେଶ୍ରା, ସଂପାଦକ ପାର୍ବତୀ ଜାଲ, ସରୋଜିନୀ ହରିଜନ, ସୁମତି ଦୁରିଆ, କ୍ଷୀରମତି ଦୁରିଆ , କୁମୁଦିନି ଗୋପାଳ, ସାବିତ୍ରୀ ମେହେର,ସୁନିତା ମହାନ୍ତି, ସୁଷମା ନାଗ, ସେବତୀ ତାଣ୍ଡି ସମେତ ସମସ୍ତ ଅଙ୍ଗନବାଡ଼ି ୱାର୍କର ଧର୍ମଗଡ ଭଣ୍ଡାରଘରଣୀ ମନ୍ଦିର ଠାରୁ ଶୋଭାଯାତ୍ରା କରି ଧର୍ମଗଡ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ଓ ବିଡ଼ିଓ ଙ୍କ ଜରିଆରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଧର୍ମଗଡ ରୁ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ 24News

Spread the love

Leave a Reply

Your email address will not be published. Required fields are marked *