Header-News-Banner

ବନ ସୁରକ୍ଷା ସମିତି ନିର୍ମାଣରେ ଚଞ୍ଚକତା

0
WhatsApp Image 2026-03-27 at 7.15.05 PM


ଆସନା ପାଇଁ ଆସିଥିଲା ଫୁଲଭଟ୍ଟାରେ ନିର୍ମାଣ
କୁନ୍ଦୁରା(କଳିଙ୍ଗ ଫାକସ)27/03/26:-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଠାରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାର୍ଯ୍ୟ କୁ ନେଇ ପ୍ରଶାସନ ପକ୍ଷରୁ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି। 2024/25 ଆର୍ଥିକ ବର୍ଷରେ ଆସନା ପଞ୍ଚାୟତ ସଦର ମହକୁମା ଠାରେ ଆଠ ଲକ୍ଷ ପଚାଶ ହଜାର ଟଙ୍କା ଅଟକଳ ରେ ନିର୍ମାଣ ନେଇ କାର୍ଯ୍ୟାଦେଶ ହୋଇଛି। କିନ୍ତୁ ଏଥିରେ ବ୍ୟତିକ୍ରମ ଘଟାଇ ପ୍ରତିପତ୍ତି ରହିଥିବା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରରୋଚନାରେ ଆସି ପ୍ରଶାସନ ଫୁଲଭଟ୍ଟା ପଞ୍ଚାୟତ ଡୁଡୁମପଦର ଠାରେ ନିର୍ମାଣ କରିଛି। ତତ୍କାଳୀନ ବିଡ଼ିଓ କପିଳେଶ୍ୱର ତାଣ୍ଡି,ଏଇଇ ସ୍ୱରୂପ ରଞ୍ଜନ ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ଭାନୁମତି ଟୁଡୁଙ୍କ ସମୟରେ କେସ୍ ରେକର୍ଡ ଖୋଲା ଯାଇଛି I ପ୍ରକଳ୍ପ କାର୍ଯ୍ୟାଦେଶରେ ଏଭଳି ଭୁଲ କରାଯାଇଥିବା ଦେଖିବାକୁ ମିଳିଛି l କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତାଙ୍କ କହିବା ଅନୁସାରେ କୁନ୍ଦୁରା ବନବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ମାନେ ଯେଉଁ ସ୍ଥାନ ଚିହ୍ନଟ କରି ସରକାରଙ୍କ ନିକଟରେ ଭିଏସଏସ କୋଠା ନିର୍ମାଣ ନେଇ ଜଣାଇଛନ୍ତି ସେ ହିସାବରେ କରାଯାଉଛି I କିନ୍ତୁ ବନାଞ୍ଚଳ ରେଞ୍ଜର କିମ୍ବା ଫରେଷ୍ଟରଙ୍କ ମତ ଅନୁସାରେ ସେମାନେ ଏ ବିଷୟରେ ଅବଗତ ନଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ଘଟଣାକୁ କେନ୍ଦ୍ର କରି ଆସନା ପଞ୍ଚାୟତବାସୀ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ପରେ କିଛି ସନ୍ତୋଷ ଜନକ ଉତ୍ତର ମିଳି ନ ଥିଲା l ଆଦିବାସୀ ଅଧ୍ୟୁଷିତ ପାହାଡ଼ ଜଙ୍ଗଲ ଘେରା ଏହି ଉପାନ୍ତ ଆସନା ଅଞ୍ଚଳକୁ ଜାଣିଶୁଣି ପଛକୁ ଠେଲିବା ଉଦ୍ଦେଶ୍ୟରେ ପ୍ରଶାସନ ଏଭଳି ଉଦ୍ୟମ କରୁଛି ବୋଲି ଦାବିପତ୍ର ଦେବାକୁ ଆସିଥିବା ପଞ୍ଚାୟତ ବାସୀ କହିଛନ୍ତି I ଏହି ପଞ୍ଚାୟତ ହେଉଛି ପଞାୟତ ଗଠନ ସମୟର ମୂଳ ପଞ୍ଚାୟତ I ଆଦିବାସୀ ଅଧ୍ୟୁଷିତ, ଉପାନ୍ତ, ଅଶିକ୍ଷିତ ଓ ଅନୁନ୍ନତ ଏହି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସବୁବେଳେ ଅଣଦେଖା କରୁଛି I ଆସନା ପଞ୍ଚାୟତ ନାମରେ ଥିବା ଗୃହକୁ ଫୁଲଭଟ୍ଟାରେ ନିର୍ମାଣ କରି ପଞ୍ଚାୟତ ବାସୀଙ୍କୁ ପ୍ରଶାସନ ପକ୍ଷରୁ ନିରାଶ କରାଯାଇଛି l ଏହାର ତଦନ୍ତ କରି ଚଞ୍ଚକତା କରିଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ପତ୍ରରେ ଉଲ୍ଲେଖ ରହିଛି l

Spread the love

Leave a Reply

Your email address will not be published. Required fields are marked *