ଯୁବପାତ୍ରପୁଟ ରାମ ମନ୍ଦିରରେ ନବମୀ ପୂଜା ପାଳନ
କୁନ୍ଦୁରା ( କଲିଙ୍ଗ ଫକସ୍) 27/03/26:-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଯୁବପାତ୍ରପୁଟ ସ୍ଥିତ ରାମଚନ୍ଦ୍ର ମନ୍ଦିରରେ ନବମୀ ପୂଜା ପାଳିତ ହୋଇଯାଇଛି। ରୀତିନୀତି ଅନୁସାରେ ଭୋର 4ଟା ସମୟରୁ ଏଠାରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଙ୍କୁ ପୂଜା କରାଯାଇଛି। ଜୟପୁର ବିକ୍ରମ ଦେବ ରାଜାଙ୍କ ଅମଳରେ ଏହି ମନ୍ଦିର ପାଢ଼ୀ ବଂଶର ଜମିଦାର ଜଗନ୍ନାଥ ପାଢ଼ୀ ନିର୍ମାଣ କରିଥିଲେ।1800ରୁ 1900 ମସିହା ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି ପ୍ରତି ବର୍ଷ ଶ୍ରୀରାମ ନବମୀ ଦିନ ପାଢ଼ୀ ବଂଶର ଜଣେ ହୋମରେ ବସୁଥିବା ବେଳେ ଚଳିତ ବର୍ଷ ଏହି ହୋମ ଯଜ୍ଞ ରେ ସନ୍ତୋଷ କୁମାର ପାଢ଼ୀ ଏବଂ ପତ୍ନୀ ମୀରାବାଈ ପାଢ଼ୀ ବସିଥିବା ଦେଖିବାକୁ ମିଳିଛି। ଭୋର ସମୟରୁ ରାତ୍ରି ପର୍ଯ୍ୟନ୍ତ ଏଠାରେ ପୂଜା ପାଠ ଚାଲୁଥିବା ବେଳେ ଆଖ ପାଖ ଅଞ୍ଚଳର ଲୋକେ ଦର୍ଶନ କରିବା ସକାଶେ ଏଠାକୁ ଆସିଥାନ୍ତି। ବ୍ଲକ ସ୍ତରରେ ଏହି ମନ୍ଦିର ଗୋଟିଏ ଥିବା ବେଳେ ଉତ୍ସାହ ର ସହ ପାଳନ କରନ୍ତି ସ୍ଥାନୀୟ ବାସିନ୍ଦା। ନଅ ଦିନ ଧରି ପାଳନ ହେଉଥିବା ଏହି ନବମୀ ପୂଜା ପ୍ରତିଦିନ ପଟୁଆର କରି ନାମ ସଂକୀର୍ତ୍ତନ ମାଧ୍ୟମରେ ବିମନରେ ବସାଇ ପ୍ରଭୁଙ୍କୁ ଗ୍ରାମ୍ୟ ପରିକ୍ରମା କରିଥାନ୍ତି।ନବମୀ ଦିନ ଉପସ୍ଥିତ ଭକ୍ତ ଙ୍କ ନିମନ୍ତେ ଭୋଗ ବ୍ୟବସ୍ଥା ହୋଇଥାଏ।