ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ର ପ୍ରସ୍ତୁତି ବୈଠକ
ବରପାଲି ( କଳିଙ୍ଗ 24 ଖବର ) ପ୍ରଭାକର ଶିକା ତା :26 3 26 ଗୁରୁବାର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଜେପୁର ନିବାର୍ଚନ ମଣ୍ଡଳୀ ଆଗଲପୁର ମଣ୍ଡଳ ର ଦିନଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବର ପ୍ରସ୍ତୁତି ବୈଠକ ମହଦା କଲ୍ୟାଣ ମଣ୍ଡପ ଠାରେ ଆଗଲପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପଧାନ ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ଶରତ ବିଶି ଯୋଗଦେଇ ସମସ୍ତଙ୍କୁ ଦିନଦୟାଲ ଉପାଧ୍ୟାୟ ଙ୍କ ଅନୁଚିନ୍ତା, ପାର୍ଟି ର କାର୍ଯ୍ୟ କର୍ତା କିପରି ଆଚରଣ, ବ୍ୟବହାର, କାର୍ଯ୍ୟ ଶୈଳୀ, ସେ କଣ ଚାହୁଁ ଥିଲେ, ଏକ ଶୃଙ୍ଖଳିତ ପାର୍ଟି ଗଠନ ହେବା ଓ ଅନ୍ୟାନ୍ୟ ବିଷୟରେ ସମସ୍ତଙ୍କୁ ଆଲୋକପାତ କରିଥିଲେ ପୁଙ୍ଖାନୁ ପୁଙ୍ଖ ସମସ୍ତେ ମିଳିମିଶି ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିରରେ ସମସ୍ତେ ଉପସ୍ଥିତ ରହି ଖୁବ ସୁନ୍ଦର ଭାବରେ ଶାନ୍ତି ରକ୍ଷା କରି ସାଫଲ୍ୟ ମଣ୍ଡିତ କରିଵା ବୋଲି ସମସ୍ତଙ୍କୁ ନିଜର ବକ୍ତବ୍ୟ ରଖିଥିଲେ। ଏହି ପ୍ରସ୍ତୁତି ବୈଠକରେ ବହୁତଦିନରୁ ପାର୍ଟି ପାଇଁ ସଂଘର୍ଷ କରିଥିବା ପୁରୁଖା ପୁରୁଖା କାର୍ଯ୍ୟକର୍ତା, ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ,ସମ୍ପାଦକ, ସଭାପତି ଏବଂ ପାର୍ଟି ପାଇଁ ସରବର୍ଷ ନିଜର ବହୁମୂଲ୍ୟ ସମୟ ଦେଇଥିବା ଗାଡିର ଇଞ୍ଜିନ ଭଳିଆ କାମକରୁଥିବା କାର୍ଯ୍ୟକର୍ତା ଗଣ, ମୂର୍ଚ୍ଚା ଭାଇ ମାନେ ବହୁସଂଖ୍ୟାରେ ଦେଇଥିଲେ।