Header-News-Banner

(E- paper news)ଓଡ଼ିଶା ସୁପ୍ରସିଦ୍ଧ ଶ୍ରୀରାମ ଜନ୍ମୋତ୍ସବ ଏବଂ ରାମନବମୀ ମହୋତ୍ସବ ଧୁମଧାମରେ ପାଳିତ।

0
WhatsApp Image 2026-03-27 at 7.29.48 PM

ଗାଙ୍ଗପୁର ଷ୍ଟେଟ୍ ଅମଳରୁ ଆରମ୍ଭ ହୋଇଥିବା ଓଡ଼ିଶା ର ସୁପ୍ରସିଦ୍ଧ ଶ୍ରୀରାମ ରାମ ଜନ୍ମୋତ୍ସବ ଏବଂ ରାମନବମୀ ମହୋତ୍ସବ ବାବା ତାଲାବ ପୋଖରୀ କୂଳରେ ଥିବା ହନୁମାନ ମନ୍ଦିର ରୁ ପୁଜା ଅର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ରେ ବାହାରି ଥିଲା। ଏହି ରାମନବମୀ ମହୋତ୍ସବ କୁ ଆଗାମୀ ବର୍ଷ ୨୦୨୭ ରେ ୧୦୦ ବର୍ଷ ପୂରିବ ବୋଲି କୁହାଯାଉଛି।
ଓଡ଼ିଶା ପ୍ରସିଦ୍ଧ ରାମନବମୀ ମହୋତ୍ସବ ପାଇଁ ରାଜଗାଙ୍ଗପୁର ର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏହି ଉତ୍ସବରେ ଆଖପାଖ ଅଞ୍ଚଳର ଲୋକେ ସମ୍ମିଳିତ ହେବା ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର କଳା ପ୍ରଦର୍ଶନ କରି ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରୁଥିବାରୁ ଦିନକୁ ଦିନ ଶୋଭାଯାତ୍ରା ରେ ଜନସମାଗମ ରେ ବୃଦ୍ଧି ପାଉଛି । ପରମ୍ପରା ଅନୁଯାୟୀ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ବୀର ବଜରଙ୍ଗୀ ହନୁମାନଙ୍କ ବିଗ୍ରହ କୁମାରକେଲା ଜମିଦାରଙ୍କ ଅଞ୍ଚଳରେ ତିଆରି ହେବା ପରେ ପ୍ରଥମ ଦିନ ବିଗ୍ରହ ଟି ଲାଖୁଆ ପଡ଼ା, ବଗିଚା ପଡ଼ା, ଷ୍ଟେସନ ପଡ଼ା ଦେଇ ସହରର ମୂଖ୍ୟ ମାର୍ଗରୁ ବାବା ତାଲାବ ପୋଖରୀ କୂଳରେ ଅବସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥାଏ।ରାମନବମୀ ଦିନ ବାବା ତାଲାବ ପୋଖରୀ କୂଳରୁ ଅପରାହ୍ନ ରେ ବିଗ୍ରହ ପୂଜାର୍ଚ୍ଚନା ପରେ ପରେ ବଡ଼ ପଟୱ।ରାରେ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କଲାବେଳେ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିବା ଭକ୍ତ ମାନଙ୍କ ପାଇଁ ବାଟସାରା ଅନୁନ୍ୟ ୩୦ ରୁ ୪୦ ଜାଗାରେ ଭୋଗ ବଣ୍ଟନ ସାଙ୍ଗକୁ ଫଳ ମୂଳ, ଜଳଖିଆ, ସର୍ବତ, ଆଇସକ୍ରିମ, ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା କେତେକ ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ମାନେ ମଧ୍ୟ ଶୋଭାଯାତ୍ରା ରେ ସାମିଲ ଭକ୍ତ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରି ରାଜଗାଙ୍ଗପୁର ସହର ଏକ ଭାଇଚାରାର ସହର ବୋଲି ବାର୍ତ୍ତା ଦେଇଥାନ୍ତି। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲିପଲୋଇ ଗ୍ରାମରେ ଥିବା ନଇ କୁଳରେ ପହଞ୍ଚିବା ପରେ ଶୋଭାଯାତ୍ରାର ସମାପନ ହୋଇ ଥାଏ। ଚଳିତବର୍ଷ ରାମନବମୀ ମହୋତ୍ସବ କୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ କୁ ଦେଖି ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ଟି ସୁରୁଖୁରୁରେ ସମ୍ପନ୍ନ ହେଉ ବୋଲି ବ୍ୟାପକ ବନ୍ଦୋବସ୍ତ ସ୍ୱରୁପ ପଶ୍ଚିମାଞ୍ଚଳ DIG Brijesh Ray,SP Amritpal kaur, ଚାରୋଟି ମାଜିଷ୍ଟ୍ରେଟ,୨୬ ପ୍ଲାଟୁନ ପୋଲିସ ଫୋର୍ସ,୨ ପ୍ଲାଟୁନ BSF , ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨୦ ଜଣ ଇନ୍ସପେକ୍ଟର,୩୦ ସବ୍ ଇନ୍ସପେକ୍ଟର, ୩୦ ଅତିରିକ୍ତ ସବ୍ ଇନ୍ସପେକ୍ଟର, ଦୁଇଗୋଟି ଡ୍ରୋନ ଗୃହ ରକ୍ଷୀ ବାହିନୀ, ଅଗ୍ନିଶମ ବାହିନୀ , ଆମ୍ବୁଲାନ୍ସ ର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *