ଚମ୍ପୁଆ ବ୍ଲକ୍ ରେ ଧୁମ୍ ଧାମ ରେ ରାମ ନବମୀ ପାଳିତ
ଚମ୍ପୂଆ ୨୭/୦୩( ୱାସିମ୍ ଆକ୍ରମ) ଚମ୍ପୁଆ ବ୍ଲକ୍ ଅଞ୍ଚଳରେ ରାମ ନବମୀର ପବିତ୍ର ଅବସର ର ଭବ୍ୟ ଶୋଭାଯାତ୍ରା ଓ ଧାର୍ମିକ କାର୍ୟକ୍ରମ ଆୟୋଜିତ ହୋଇଥିବା ସୁନ୍ଦର୍ ଦୃଶ୍ୟ। ସକାଳରୁ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା।
ଭକ୍ତମାନେ ଭଗବାନ ଶ୍ରୀରାମଙ୍କ ପୂଜା-ଅର୍ଚ୍ଚନା କରିଥିଲେ ଏବଂ ସମସ୍ତ ଅଞ୍ଚଳ “ଜୟ ଶ୍ରୀରାମ” ଧ୍ୱନିରେ ଗୁଞ୍ଜିଉଠିଥିଲା। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଯୁବକ-ଯୁବତୀ, ମହିଳା ଓ ବୃଦ୍ଧମାନେ ଅଂଶଗ୍ରହଣ କରିଥିଲେ।
ଯାତ୍ରା ସମୟରେ ଢୋଳ-ନଗାଡ଼ା ଓ ଭଜନ-କୀର୍ତ୍ତନ ସହିତ ଭକ୍ତମାନେ ବହୁତ ଉତ୍ସାହରେ ଦେଖାଯାଇଥିଲେ। ବିଭିନ୍ନ ସ୍ଥାନରେ ସ୍ୱାଗତ ତୋରଣ ତିଆରି କରାଯାଇଥିଲା ଏବଂ ଭକ୍ତମାନଙ୍କ ପାଇଁ ପାଣି ଓ ପ୍ରସାଦ ବଣ୍ଟନ ବ୍ୟବସ୍ଥା ହୋଇଥିଲା।
ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା, ଯାହା ଫଳରେ କାର୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।
ଏହି ଆୟୋଜନ ଚମ୍ପୁଆ ଅଞ୍ଚଳରେ ସାମାଜିକ ଏକତା ଓ ଧାର୍ମିକ ସମ୍ମିଳନର ସନ୍ଦେଶ ଦେଇଛି ଯାହାକୁ ଅଞ୍ଚଳ ବସି ଭକ୍ତି ଭାବ ଓ ଖୁବ୍ ଉପଭାଗ କରିବା ସହିତ ପ୍ରଶଂସା କରିଛନ୍ତି
….କଳିଙ୍ଗ ଫକସ….