Header-News-Banner

ଜୟ ଶ୍ରୀରାମ ଧ୍ୱନୀରେ ମୁଖରିତ ହେଲା ଝାରପୋଖରିଆ ଅଞ୍ଚଳ

0
WhatsApp Image 2026-03-27 at 6.59.47 PM

ସାରସକଣା:୨୭/୦୩(ପ୍ରଶାନ୍ତ କୁମାର ସାମନ୍ତରାୟ)
ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ନାଥ ବିନ୍ଧାଣୀ ଙ୍କ ଆହ୍ଵାନରେ ଶୀର୍ଷା ଗ୍ରାମର ଲକ୍ଷ୍ମୀକାନ୍ତ ବାରିକଙ୍କ ନେତୃତ୍ୱରେ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଭାଜପା ଦଳର ସହସ୍ରାଧିକ ଦଳୀୟ ଏକ ଯୁବଗୋଷ୍ଠୀ ଆଜି ଶୀର୍ଷା ହନୁମାନ ମନ୍ଦିରରୁ ହନୁମାନ ଝଣ୍ଡା ଧରି ମୋଟରସାଇକେଲ ଯୋଗେ ଜୟ ଶ୍ରୀରାମ ଧ୍ଵନୀ ଦେଇ ଶୀର୍ଷା , ଝାରପୋଖରିଆ ଓ ରାଜାଲୋକା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ରାଜାଲୋକା ଶ୍ରୀରାମ ମନ୍ଦିର ର ରାଜଦରବାର ରେ ପହଞ୍ଚିଥିଲେ।ଏଠାରେ ଅଞ୍ଚଳବାସୀ,ରାମ ଭକ୍ତ ବତ୍ସଳଙ୍କ ସହିତ ସ୍ଥାନୀୟ ଦଳୀୟ କର୍ମୀମାନେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ରାମଭକ୍ତ ବାନରସେନା ମାନଙ୍କ ନିମନ୍ତେ ରାମମନ୍ଦିର ଟ୍ରଷ୍ଟି ପକ୍ଷରୁ ତାଙ୍କୁ ଥଣ୍ଡା ପାନୀୟ ଜଳ ଓ ପ୍ରସାଦ ର ପଙ୍କ୍ତି ଭୋଜନ ପ୍ରଦାନ କରାଯାଇଥିଲା।ଶୀର୍ଷା ମେଡିକାଲ ଛକ ସ୍ଥିତ ଶ୍ରୀ ହନୁମାନ ଙ୍କ ପୂଜାବିଧି ସମ୍ପନ୍ନ କରି ବଡକଚିମ୍ବିଲା,ନୂଆଗାଁ(ବଙ୍ଗଳାଛକ),ବିରିସିଙ୍ଗା, ଗଣ୍ଡିପାଣି,ବଡଚାଟରା, ଧାନଘେରୀ ,ଘିଆଯୋଡ଼ି,ଝାରପୋଖରିଆ ଓ ଦିଘି ଗ୍ରାମ ଦେଇ ଶ୍ରୀରାମ ମନ୍ଦିର ରାଜାଲୋକା ରେ ପହଞ୍ଚିଥିଲେ।ଉକ୍ତ ଝଣ୍ଡା ପରିକ୍ରମା କାର୍ଯ୍ୟ ଟିକୁ ରିପନ ମହାନ୍ତ,ସଞ୍ଜୟ ସେଠୀ,ଶିବ ଶଙ୍କର ରଣା, ବାପି ମହାନ୍ତ,ଲକ୍ଷ୍ମୀ ପ୍ରସାଦ ମହାନ୍ତି,ବିଷ୍ଣୁ ପଦ ସାହୁ,ସୋମନାଥ ପଣ୍ଡା,ଆଶୁତୋଷ ପ୍ରତିହାରୀ ପ୍ରମୁଖ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନାରେ ମୁଖ୍ୟଭୂମିକା ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *