ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଅନୁଷ୍ଠିତ
ପଦ୍ମପୁର : (ଜୟନ୍ତ କୁମାର ସେଠ) ଆଜି ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ କେୟାର ମେଡ଼ିସିନ୍ (ISCCM) ର ସ୍କୁଲ୍ ସି.ପି.ଆର୍ ପ୍ରୋଗ୍ରାମ ଅଭିଯାନ ଅନ୍ତର୍ଗତ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏମ୍ସ୍ ର ଡାକ୍ତର ସୌରଭ ପାଣିଗ୍ରାହୀ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ପ୍ରଥମେ ପ୍ରଶିକ୍ଷକ ଡାକ୍ତର ସୌରଭ ପାଣିଗ୍ରାହୀ ଙ୍କୁ ପାରମ୍ପରିକ ତିଲକ ଲଗାଇ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍, ଖୁଣ୍ଟପାଲି ର ଅଧ୍ୟକ୍ଷା ଶ୍ରୀମତୀ ଜେନିସ୍ ତିୱାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନଙ୍କୁ ସି.ପି.ଆର୍ ର ପ୍ରାଧାନ୍ୟ ସମ୍ପର୍କ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ ପ୍ରୟୋଗ ମାଧ୍ୟମ ରେ ଛାତ୍ରଛାତ୍ରୀ ମାନଙ୍କୁ ସି.ପି.ଆର୍ ପ୍ରଣାଳୀ ଶିଖାଇ ଥିଲେ । ହୃଦ୍ ଘାତ ହେଲେ ଏହି ପ୍ରଣାଳୀ ରେ ରୋଗୀ ଙ୍କର ଜୀବନ ଯେମିତି ରକ୍ଷା ହୋଇ ପାରିବ ସେହି ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ସି.ପି.ଆର୍ ପ୍ରଣାଳୀ ର ପ୍ରୟୋଗ କରିଥିଲେ । ଏହି ପ୍ରଶିକ୍ଷଣ ରେ ମୋଟ୍ ୬୯ ଜଣ ଛାତ୍ରଛାତ୍ରୀ ଉତ୍ସାହ ପୂର୍ବକ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ ପରେ ଅଧ୍ୟକ୍ଷା ଉପଢୌକନ ଏବଂ ମାନପତ୍ର ପ୍ରଦାନ କରି ପ୍ରଶିକ୍ଷକ ଡାକ୍ତର ସୌରଭ ପାଣିଗ୍ରାହୀ ଙ୍କୁ ସମ୍ମାନିତ କରିଥିଲେ । ପରିଶେଷ ରେ ସ୍କୁଲ୍ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।