ଉଦ୍ଭିଦ ବିଜ୍ଞାନ ବିଭାଗରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଢେ଼ଙ୍କାନାଳ ୭/୪(ବିଙ୍କୁ ବିଶ୍ୱାଳ ) ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ମହାବିଦ୍ୟାଳୟ, ଖଜୁରିଆକଟା ଉଦ୍ଭିଦ ବିଜ୍ଞାନ ବିଭାଗରେ +୩ ଶେଷ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉପହାର ପ୍ରଦାନ କରି ସାନ ଭାଇ ଭଉଣୀ ମାନେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି l ଏହି ଉପଲକ୍ଷେ ୭ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗୀୟ ମୁଖ୍ୟ ଶୁଭଲକ୍ଷ୍ମୀ ଦାଶ ସଭାପତିତ୍ବ କରିଥିଲେ l ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ଧଳ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ସହିତ ତାଙ୍କ ଆଶୀର୍ବାଦ ବଚନରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଦେଶରେ ସାମାଜିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ ପ୍ରଗତିକୁ କ୍ଷୀପ୍ରତର କରିବା ସହିତ ଯୁବକ ଅବସ୍ଥାରେ ବାୟୁ ମଣ୍ଡଳର ସନ୍ତୁଳନ ପାଇଁ ବନୀକରଣ ଦିଗରେ ଆଗ୍ରହ ପ୍ରକାଶ କରି ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଇଂରାଜୀ ବିଭାଗ ମୁଖ୍ୟ ଅକ୍ଷୟ କୁମାର ପାତ୍ର, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଜୟନ୍ତ ନାରାୟଣ ପତି ଓ କାର୍ଯ୍ୟାଳୟ କର୍ମଚାରୀ ମଙ୍ଗରାଜ ପ୍ରଧାନ ନିଜ ନିଜର ବକ୍ତବ୍ୟ ଜରିଆରେ ଜ୍ଞାନ – ଦିଗ୍ ବଳୟର ବିକାଶ ପାଇଁ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିଜର ମୂଲ୍ୟବାନ କର୍ମମୟ ଜୀବନକୁ ସାର୍ଥକ କରିବା ସହିତ ସଂଯତ ଓ ଶୃଙ୍ଖଳିତ ମାର୍ଗରେ ପଥିକ ହେବାକୁ ମାର୍ଗ ଦର୍ଶନ ଦେଇଥିଲେ l ବିଭାଗର ଛାତ୍ର ଛାତ୍ରୀ ମାନେ ଉତ୍ସବର ଉଦେଶ୍ୟ ଉପରେ ଆଲୋକପାତ କରିବା ସହିତ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନେ ବିଗତ ଦିନ ମାନଙ୍କର ଅଭୁଲା ସ୍ମୃତିକୁ ସାଉଁଟିବା ସହିତ ଗୁରୁମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ l ଉତ୍ସବରେ ବିଭାଗର ଅଧ୍ୟାପିକା ରୁଚିଶ୍ମିତା ବେହେରା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲା ବେଳେ ଡେମୋନେଷ୍ଟେଟର ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l