Header-News-Banner

ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦାୟିତ୍ୱ ଗ୍ରହଣ।

0
WhatsApp Image 2026-04-07 at 6.13.45 PM

ନୀଳଗିରି,ତା,୭/୪(ନୀଳଗିରି)
ମହାମହିମ କୁଳାଧିପତିଙ୍କ କାର୍ଯ୍ୟାଳୟର ନୋଟିଫିକେଶନ୍‌ ସଂଖ୍ୟା GOV-HE-UI-0010-2020/4460/SG (HE), ତାରିଖ ୬ ଏପ୍ରିଲ ୨୦୨୬ ଅନୁସାରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ତାରିଖ ୭ ଏପ୍ରିଲ ୨୦୨୬ ପୂର୍ବାହ୍ନରେ ଫକୀରମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ୱରର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଉଲ୍ଲେଖନୀୟ ଯେ, ପ୍ରଫେସର ତ୍ରିପାଠୀ ଦ୍ୱିତୀୟ ଥର ପାଇଁ ଏହି ପ୍ରତିଷ୍ଠିତ ପଦବୀରେ ପୁନର୍ନିଯୁକ୍ତ ହୋଇଛନ୍ତି, ଯାହା ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ଓ ବିଶ୍ୱାସକୁ ପ୍ରତିଫଳିତ କରିଛି ।
ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦାୟିତ୍ୱ ଗ୍ରହଣ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଥିଲା। ତାଙ୍କର ଦୃଢ଼ ନେତୃତ୍ୱ, ସମୃଦ୍ଧ ଶିକ୍ଷାଗତ ଅନୁଭବ ଓ ପ୍ରଶାସନିକ କୁଶଳତା ହେତୁ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ସାମଗ୍ରିକ ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଧିକାରୀ, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଓ ସମଗ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିବାର ପକ୍ଷରୁ ପ୍ରଫେସର ତ୍ରିପାଠୀଙ୍କୁ ହୃଦୟପୂର୍ବକ ଅଭିନନ୍ଦନ ଓ ଅନେକ ଶୁଭେଚ୍ଛା ଜଣାଯାଇଛି।
ତାଙ୍କର ସୁଦୃଢ଼ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ନୂତନ ସଫଳତାର ଶିଖର ଛୁଇଁବ ବୋଲି ସମସ୍ତେ ଖୁସିର ସହ ଆଶାବ୍ୟକ୍ତ କରିଛନ୍ତି।
ବିଶ୍ୱବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ପ୍ରଗତିଶୀଳ ଓ ସଫଳ ଯାତ୍ରା ପାଇଁ ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *