Header-News-Banner

ସିନାପାଲିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୪୨ଟି ଅଭିଯୋଗର ସମାଧାନ, ଆବଶ୍ୟକମାନଙ୍କୁ ତତ୍କାଳ ସହାୟତା

0
WhatsApp Image 2026-04-27 at 8.57.20 PM

ସିନାପାଲି, ୨୭/୦୪ (କଳିଙ୍ଗ ଫୋକସ) ମଳୟ ମେହେର: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବ୍ୟାପକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଜନସାଧାରଣଙ୍କ ସମସ୍ୟା ସମାଧାନରେ ପ୍ରଶାସନର ସଚେତନ ପଦକ୍ଷେପ ପ୍ରକାଶ ପାଇଛି । ଏହି ଶିବିରରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦ୍ୱାରିକାନାଥ ଶତପଥୀ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଓ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଡେପୁଟି କଲେକ୍ଟର ଚିନ୍ମୟ ସାଗର ଶିବିର ପରିଚାଳନାରେ ସମନ୍ୱୟ କରିଥିଲେ । ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ଆସିଥିବା ମୋଟ ୪୨ଟି ଅଭିଯୋଗ ଯାହାରେ ୩୧ଟି ବ୍ୟକ୍ତିଗତ ଓ ୧୧ଟି ଗୋଷ୍ଠୀଗତ ଅଭିଯୋଗ ଥିଲା ଯାହା ଶୁଣାଣି କରାଯାଇଥିଲା । ଅଧିକାରୀମାନେ ସ୍ଥଳରେ ବସି ଅଭିଯୋଗକୁ ସମାଧାନ କରିବା ସହିତ କିଛି ମାମଲାରେ ତତ୍କାଳ ପଦକ୍ଷେପ ନେଇଥିଲେ । ଶିବିରରେ ସମାଜସେବାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା । କେନ୍ଦୁମୁଣ୍ଡା ଗ୍ରାମର ଖିଲେଶ୍ୱରୀ ମାଝୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ରେଡ୍ କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ତତ୍କାଳ ସହାୟତା ଯୋଗାଇ ଦିଆଯାଇଥିଲା । ସେହିପରି, ହେମନ୍ତୀ ମାଝୀ ଓ ମାଳତୀ ସତନାମୀଙ୍କୁ ପ୍ରତିଜଣକୁ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇ ମାନବିକତାର ଉଦାହରଣ ସୃଷ୍ଟି ହୋଇଛି । ଏହା ସହିତ, କଇଟପଦର ପଞ୍ଚାୟତରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଓ ପ୍ରବାସୀ ଶ୍ରମିକ ସଚେତନତା ସଭା ଆୟୋଜିତ ହୋଇ ଜନସାଧାରଣଙ୍କ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ୍ ସ୍ତରର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖାଯାଇଥିଲା । ଏହି ଶିବିର ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସୃଷ୍ଟି କରି ଲୋକମାନଙ୍କ ଭରସାକୁ ଆହୁରି ସୁଦୃଢ କରିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *