କାଳବୈଶାଖୀ କୁକୁଡା ଫାର୍ମ ଭାଙ୍ଗିରୁଜି ଚୁରମାର
ଗଣିଆ ୦୧/୦୫(ସରୋଜ କୁମାର ଦାଶ) ଗଣିଆରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହିତ ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି । ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ରାସ୍ତାରୁ ଗଛ କଟାଯାଇ ସଫା କରାଯାଉଛି । ତେବେ ଗଣିଆ ବ୍ଲକ ଆଡକଟା ଠାରେ ସାବିତ୍ରୀ ସାହୁ ଏକ କୁକୁଡା ଫାର୍ମ ନିର୍ମାଣ କରିଥିଲେ । ଗତ ୧୦ ଦିନ ତଳେ ଫାର୍ମଟି ତିଆରି କରାଯାଇଥିବା ବେଳେ ୪ଶହରୁ ଅଧିକ ଆଜବେଷ୍ଟସ ପଡି ବିରାଟ ଫାର୍ମ ନିର୍ମାଣ କରାଯାଇଥିଲା । ତେବେ କାଳ ବୈଶାଖୀ ଯୋଗୁଁ ପ୍ରାୟ ୨ ଶହରୁ ଅଧିକ ଆଜବେଷ୍ଟସ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଏଥିରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ତାଙ୍କ ପୁଅ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି । ଫାର୍ମ ଆରମ୍ଭ ହେବା ପୂର୍ବରୁ ଏଭଳି କ୍ଷତି ତାଙ୍କର ଅଣ୍ଟା ଭାଙ୍ଗି ଦେଇଛି । ଏ ସମ୍ପର୍କରେ ସେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛନ୍ତି । ତେବେ ତୁରନ୍ତ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।