Header-News-Banner

ରବି ଧାନ ପଞ୍ଜୀକରଣ ସମସ୍ୟାର ସମାଧାନ ନ ହେବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

0
WhatsApp Image 2026-05-19 at 7.29.37 PM

କଳାହାଣ୍ଡି,ଭବାନିପାଟଣା ୧୯/୦୫: ରୁପେନ୍ଦ୍ର ସୁନାନୀ:ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ଦୀର୍ଘ ୧୨ ଦିନ ଧାରଣାରେ ବସିଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କୋକସରା, ଜୟପାଟଣା ଏବଂ ଧର୍ମଗଡ ବ୍ଲକ୍ ର ମିଳିତ କୃଷକ ସଂଘଠନ ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷି ସଙ୍ଗଠନ।ତିନି ବ୍ଲକର ଚାଷୀ ମାନଙ୍କ ବିରାଟ ଶୋଭାଯାତ୍ରା ବାଲାଜି ମନ୍ଦିରରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ। କୃଷକ ସଙ୍ଗଠନ ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ ସଭାରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି,ବିଜେଡି ନାରୀନେତ୍ରୀ ଲଳିତା ନାଏକ, ଦିଗାମ୍ବର ଦୁରିଆ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ,ବିଜେଡି ନେତା ବଦ୍ରୀ ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ତିୱାରି,ରାଜେନ୍ଦ୍ର ନାଏକ, ଦୁଷ୍ମନ୍ତ ନାଏକ, ଅବିନାଶ ଠାକୁର, ମାନସ ରଞ୍ଜନ ବାଗ, ଆଦିତ୍ୟ ନନ୍ଦ,ପଙ୍କଜ ଚୌଧୁରୀ, ପ୍ରଧାନୀ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ,
ବେଣୁପାଣି ଦୁର୍ଗା,ଦୁର୍ଗା ନାଏକ, ଧବଳେଶ୍ଵର ନାଗ, ତ୍ରିଭୁବନ ନାଏକ,ଅରୁଣ ମାଝୀ, ନବୀନ ନାଏକ,ରବି ନାରାୟଣ ଦାସ, ତ୍ରିନାଥ ପୁଞ୍ଜି ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ପ୍ରତିବାଦ ସଭା କରି ଶେଷରେ ମେଗାଲିଫ୍ଟ ଚାଷୀଙ୍କ ସମସ୍ୟା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପ୍ରଦାନ କରିବା ସହ ପ୍ରଶାସନ ଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *