Header-News-Banner

ଇଶ୍ଵରପୁର ଫାଣ୍ଡି ଅଧିକାରୀ ନିଯୁକ୍ତି ଦାବୀ ରେ ଆସନ୍ତା ପଚିଶ ତାରିଖ ରୁ ଦାବୀ ହାସଲ ପର୍ୟ୍ୟନ୍ତ ସି ପି ଆଇ (ଏମ) ଦଳ ପକ୍ଷରୁ ଗଣଧାରଣା।

0
WhatsApp Image 2026-05-19 at 7.29.20 PM

ନୀଳଗିରି,ତା,୧୮/୦୫(ନୀଳଗିରି)
ନୀଳଗିରି ଉପଖଣ୍ଡ ରେ ତିନୋଟି ଥାନା ଓ ଦୁଇଟି ଫାଣ୍ଡି ରହିଛି। ଦୁଇଟି ଫାଣ୍ଡି ମଧରୁ ଇଶ୍ଵରପୁର ଫାଣ୍ଡି ରେ ଦୀର୍ଘ ଦିନରୁ ଫାଣ୍ଡି ଅଫିସର ନାହାଁନ୍ତି। ଯାହାଦ୍ୱାରା ଉକ୍ତ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଚୋରି ,ରାହା ଜାନି, ବଳାତ୍କାର, ଖଣିଜ ସମ୍ପଦ ଲୁଟ ଅବିରତ ଚାଲିଛି। ଲୋକ ମାନେ ଭୟରେ ଇତଃସ୍ତତଃ ହେଉଛନ୍ତି। ବାରମ୍ବାର ପ୍ରଶାସନ ଠାରେ ଦାବୀ କରାଯାଇଥିବାବେଳେ କୌଣସି ସୁଫଳ ମିଳିନାହିଁ। ଉକ୍ତ ଘଟଣା କୁ ଗୁରୁତ୍ଵ ର ସହ ନେଇ ଭାରତର କମ୍ଯୁନିଷ୍ଟ ପାର୍ଟି (ମାର୍କ୍ସବାଦୀ )ନୀଳଗିରି ଆଂଚଳିକ କମିଟି ପକ୍ଷରୁ ଇଶ୍ଵରପୁର ଫାଣ୍ଡି ଅଫିସର ଯଥା ଶୀଘ୍ର ନିଯୁକ୍ତି ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନୀଳଗିରି ଙ୍କୁ ଦାବୀ ପତ୍ର ଦିଆଯାଇଛି। ଯଦି ସାତ ଦିନ ଭିତରେ ନୂତନ ଭାବେ ଫାଣ୍ଡି ଅଫିସର ନିଯୁକ୍ତି ନ ହୁଏ ଦଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନୀଳଗିରି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ କରାଯିବ ବୋଲି ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନୀଳଗିରି ଙ୍କୁ ଲିଖିତ ଭାବେ ଜଣାଇ ଛନ୍ତି। ଦାବୀ ପତ୍ର ପ୍ରଦାନ ସମୟରେ ଯୁବ ନେତା ଗଙ୍ଗାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *