ନୀଳଗିରିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା: ସଫଳତା ଉତ୍ସବ ଅନୁଷ୍ଠିତ।
ନୀଳଗିରି,ତା,୧୮/୦୫(ନୀଳଗିରି)
ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରି ଆମ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିବା ମେଧାବୀ ଛାତ୍ର/ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବରିସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ଭବ୍ୟ
ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ (୯୦ ପ୍ରତିଶତ ରୁ ଊର୍ଦ୍ଧ୍ୱ ମାର୍କ) ରଖି ସଫଳ ହୋଇଥିବା କୃତୀ ଛାତ୍ର/ଛାତ୍ରୀ ମାନଙ୍କୁ ଏହି ସମାରୋହରେ ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ବୁଦ୍ଧିଜୀବୀ ,ଉପଦେଷ୍ଟା କମିଟି, ନୀଳଗିରି ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଏବଂ ଏସକେଏଫ୍ସି ଟ୍ରଷ୍ଟର ପ୍ରାୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଗୌରବମୟ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ:
ସମ୍ମାନିତ ଅତିଥି ଭାବେ ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା
ବିଶିଷ୍ଟ ଅତିଥି: ଓଉପଦା ବିଡ଼ିଓ ସୁଶ୍ରୀ ଶାଶ୍ଵତୀ ସଢ଼ୁଆଳ
ସମ୍ମାନିତ ଅତିଥି: ଓଉପଦା ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ବିସି ବିପ୍ସା ପାତ୍ର,
ଔପଦା ବିଇଓ ନାରାୟଣ ଦାସ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉଚ୍ଚଶିକ୍ଷା ଓ ସମାଜ ଗଠନରେ ନିଜର ଅବଦାନ ରଖିବା ପାଇଁ ପ୍ରେରଣା ଦେଇଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବୁଦ୍ଧିଜୀବୀ ଉପଦେଷ୍ଟା କମିଟିର ସଦସ୍ୟ ରବି ପରିଡ଼ା, ସୁରଞ୍ଜନ ମହାପାତ୍ର ଏବଂ ଶ୍ରୀ ଯୋଗେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଆମ ଅଞ୍ଚଳର ଏହି ଗୌରବମୟ ମୁହୂର୍ତ୍ତ ଏବଂ ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କ ସଫଳତାର କାହାଣୀକୁ ସମଗ୍ର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସ୍ଥାନୀୟ ଗଣମାଧ୍ୟମ ଓ ସାମ୍ବାଦିକ ଭାଇମାନଙ୍କର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅନେକ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ, ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।