Header-News-Banner

ଛାତ୍ର ଶିବାଷିଶଙ୍କୁ ଭେଟି ସମ୍ବର୍ଦ୍ଧିତ କଲେ ଭାଜପା ଜିଲ୍ଲା ଏସସି ମୋର୍ଚ୍ଚାର ସଭାପତି,

0
WhatsApp Image 2026-05-19 at 7.28.34 PM

କଣ୍ଟାମାଳ, ୧୯:୦୫:୨୦୨୬(ପୂର୍ଣ୍ଣ ଚରଣ ସାହୁ )ଚଳିତ ସିବିଏସଇର ଦଶମ ଶ୍ରେଣୀ ପରିକ୍ଷାରେ ଜବାହର ନେହେରୁ ବିଦ୍ୟାଳୟ ପାଲଝିର ବୌଦ୍ଧ ର ଛାତ୍ର ଶ୍ରୀମାନ ଶିବାଶିଷ ବାଘ କୃତିତ୍ଵର ସହ ୯୧%ମାର୍କ ରଖି ସୁନାମ ଅର୍ଜନ କରିଥିବାରୁ ଅନୁସୂଚିତ ଜାତି ମୋର୍ଚ୍ଚାର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ତାଣ୍ଡି ଶିବାଶିଷ ବାଘ ଙ୍କ ବାସଭବନ କୁ ଯାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। କୋଟାରେ ନୁହଁ ଶିକ୍ଷାରେ ଗଣିତ ରେ ୧୦୦ନମ୍ବର ରୁ ୧୦୦ରଖି ସଫଳତା ପାଇଛନ୍ତି ଦଳିତ ସମାଜ ର ଗୌରବ ଆଣିଛନ୍ତି। ପ୍ରକାଶଯୋଗ୍ୟ ଯେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଅଧ୍ୟୁଷିତ ଆଦିବାସୀ ଉପାନ୍ତ ଅଞ୍ଚଳ ନାରାୟଣପ୍ରସାଦ ପଞ୍ଚାୟତର ସିଲେଇମାଲ ଗ୍ରାମର ପିତା ପଙ୍କଜ ବାଘ ଶିକ୍ଷକତା କରୁଥିବାବେଳେ ମାତା ସୁଷମା ବାଘ ଜଣେ ଗୃହିଣୀ ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *