Headlines – ଦୁର୍ନିତୀ ରେ ଉବୁଟୁବୁ ଖଲ୍ଲିକୋଟ ସହର।
Subject -(କଳିଙ୍ଗଫୋକସ୍ / ଖଲ୍ଲିକୋଟ ରୁ ଶିବରାମ ଜେନା, ବ୍ଳକ୍ କରେସ୍ ପଣ୍ଡେନସ୍) ଖଲ୍ଲିକୋଟ ୧୯/୦୫, ପୁରାଣ ବର୍ଣ୍ଣିତ ମହାଭାରତ ଯୁଦ୍ଧ ରେ ଯାହା ଵର୍ଣ୍ଣିହୋଇଛି,
ଶ୍ରୀ କୃଷ୍ଣ ଙ୍କ ଶଙ୍ଖ ଧ୍ୱନି ରେ ନରେ ବା ଗୁଞ୍ଜରେ ଅଶ୍ଵତ୍ଥାମା
ହତ ବୋଲି ଶୁଣୁଥିଲେ । ଖଲ୍ଲିକୋଟ ରାଜନୀତି ରେ
କର୍ଣ୍ଣମଲେ ପାଞ୍ଚ୍ ଅର୍ଜୁନ ମଲେ ପାଞ୍ଚ୍ । ଓଲ୍ଡ ୱ୍ଆଇନ୍
ଇନ୍ ନିଓ ବଟଲ୍ । (Old wine in new bottle)
ଖାଣ୍ଟି ଓଡିଆ ଭାଷାରେ “ପୁରୁଣା ମଦ ନୂଆଁ ବୋତଲ ” ।
ଆଜିର ଏ ଅନୁଚିନ୍ତା ରେ କହିବାକୁ ଗଲେ, ଖଲ୍ଲିକୋଟ ର
ଉନ୍ନତି କ୍ଷେତ୍ରରେ କେତେ ଜଣ ନେତା , ଯୁବନେତା କିମ୍ବା ଶାସକ ଦଳ, ପ୍ରଶାସନିକ ବିଭାଗ ରୁ ସରକାରଙ୍କୁ ଅବଗତ କରାଇଛନ୍ତି କି ?ଖଲ୍ଲିକୋଟ ରେ ଯେଉଁ ପ୍ରକାରର ଶାସନ
ଚାଲିଛି , ଆଶ୍ରିତ ମାନେ ଖଲ୍ଲିକୋଟ ବାସିନ୍ଦା ଙ୍କ କାନ୍ଧରେ
ବନ୍ଧୁ କ ରଖି ଶିକାର କରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହା ଫଳରେ କି ଅଭାଵରେ ଅଛି
ବସ୍ ଷ୍ଟାଣ୍ଡ୍ , ଜବରଦଖଲ ଉଚ୍ଛେଦ, ଖଲ୍ଲିକୋଟ ର
ବନ୍ଧ ସମୂହର ପୁନଃ ଉଦ୍ଧାର, ମନ୍ଦିର ସମୂହ ର ଉନ୍ନତି କରଣ, ମର୍ଦ୍ଦରାଜ ଶିଶୁ ଉଦ୍ୟାନ ର ପ୍ରଗତି ପାଇଁ ଚେଷ୍ଟା,
ଓପନ୍ ଜୀମ୍ ର ତଦାରଖ, ବାଇପାସ୍ ରୋଡ଼ ପାଇଁ ତଥା
କରଣ ସାହି ରୋଡ଼ ଜବରଦଖଲ ଉଚ୍ଛେଦ ପାଇଁ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ, ଫୁଡ୍ କୋର୍ଟ ର
କୀର୍ଯ୍ୟକାରୀତା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ମିଶନ ଶକ୍ତି ଗୃହ କୁ ଚଳଚଞ୍ଚଳ କରିବା ,
ନର୍ଦ୍ଦମା ନିଷ୍କାସନ ପାଇଁ ସୁବ୍ୟବସ୍ଥା କରାଯାଇ ତାଉପରେ
ଢାଙ୍କୁଣି ଘୋଡ଼ାଇବା ଯାହାକି ୨ ନଂ ୱାର୍ଡରେ ଗ ଉଡ଼ ସାହି ଛକ ଠାରୁ କମାପଲ୍ଲୀ ଛକ ପଯ୍ୟନ୍ତ ଖୋଲା ପଡ଼ିଛି ,ଘରର
ଯାବତୀୟ ପାଣି ରୋଡ଼ ମଧ୍ୟକୁ ଆସୁଛି, ଜଗନ୍ନାଥ ମନ୍ଦିର
ର ଦକ୍ଷିଣ ଦ୍ଵାର ହେଉଛି ପୂର୍ତ୍ତି ଗନ୍ଧ ମୟଯୁକ୍ତ ରେ ପଡି ରହିଥିବା ଜଣାପଡିଛି। କେବଳ ସେତିକି ନୁହେଁ ଖବର ନେବାରୁ ଜଣାପଡିଛି ଯେ, ସ୍ବର୍ଗତ ରାଣୀସା ସାହେବଙ୍କ
ଦେହାନ୍ତ ପରେ ବର୍ତ୍ତମାନର ଏଣ୍ଡୋମେଣ୍ଟ୍ ବୋର୍ଡ ର
ପ୍ରେସିଡେଣ୍ଟ କିଏ ? ଗଭର୍ଣ୍ଣିଙ୍ଗ୍ ଵଡିର ମେମ୍ବର ମାନେ
କେଉଁ ମାନେ ଅଛନ୍ତି ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଜଣାପଡିଛି। ସରକାର ଓଡ଼ିଶାର ସବୁ ମନ୍ଦିର କୁ
କୋଟି କୋଟି ଅନୁଦାନ ଅର୍ଥ ଦେଉଛନ୍ତି, ହେଲେ ଓଡିଶାର
ଅଦ୍ୱିତୀୟ ଥିବା ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି ବୈମାତୃକ ମନୋଭାବ ପୋଷଣ କାହିଁକି ? ଏହା ର
ପଛରେ କି ପ୍ରକାର ରହସ୍ୟ ଅଛି, ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି। ଖଲ୍ଲିକୋଟ ସହର
ବର୍ତ୍ତମାନ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି। ଏସମ୍ପର୍କରେ ଯଦି
ସିବିଆଇ ତଦନ୍ତ ହେଉ କିମ୍ବା ଶାସକ ପ୍ରଶାସକ ପକ୍ଷରୁ
ପ୍ରକୃତ ତଦନ୍ତ କରାଯିବ, ତାହା ହେଲେ ଏହାର ସଠିକ୍
ରହସ୍ୟ ପର୍ଦ୍ଧାଫାଶ ହେଵ ବୋଲି ଜଣାପଡିଛି।
ଖଲ୍ଲିକୋଟ ରୁ ଶିବରାମ ଜେନା କଳିଙ୍ଗ ଫୋକସ୍।