କୃତଜ୍ଞପଣରୁ ଭକ୍ତିଭାବ ଗଭୀର ହୁଏ:ରାଣୀ ମନୋଜା ମଞ୍ଜରୀ ଦେବୀ।
ନୀଳଗିରି ,ତା,୦୫/୬(ନୀଳଗିରି)
ସମର୍ପିତ ଭାବରେ କୃପାପ୍ରାପ୍ତି ହୁଏ । ଭକ୍ତିଭାବ ଛଡା ଭୌତିକ କାମନାରେ ଜଗନ୍ନାଥଙ୍କୁ ଦର୍ଶନ କରିହୁଏ ନାହିଁ । ନାସ୍ତିକ ଓ ଆସ୍ତିକ ଭେଦରେ ଦର୍ଶନ ଦୁଇଭାଗରେ ବିଭକ୍ତ । ନାସ୍ତିକ ଦର୍ଶନ ଚାର୍ବକ ଦର୍ଶନ ଅଟେ । ଆସ୍ତିକ ଦର୍ଶନ କଣାଦଙ୍କ ବୈଶଷିକ ଦର୍ଶନ, କପିଳଙ୍କ ସାଂଖ୍ୟଦର୍ଶନ, ମହର୍ଷି ଗୌତମଙ୍କ ନ୍ୟାୟ ଦର୍ଶନ, ପତଞ୍ଜଳିଙ୍କ ଯୋଗଦର୍ଶନ ଆଦିର ଅନ୍ତର୍ଭୁକ୍ତ । ସବୁ ତତ୍ତ୍ୱର ତତ୍ତ୍ୱ ଜଗନ୍ନାଥ । କର୍ମ ନଥିଲେ ଜ୍ଞାନ ନାହିଁ, କି ଜ୍ଞାନ ନଥିଲେ ଭକ୍ତି ନାହିଁ । ସ୍ନାନ ମଣ୍ଡପକୁ ନବମଣ୍ଡପ କୁହାଯାଏ । ଜଗନ୍ନାଥଙ୍କ ଯାତ୍ରାରେ ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ଭାବ ନିହିତ ଅଛି । ଜଗନ୍ନାଥ ବେଦର ସାରାଂଶ ବା ସାରମର୍ମ ଅଟନ୍ତି । ସମର୍ପଣ ଭାବ ନଥିଲେ ଜଗନ୍ନାଥଙ୍କୁ ଜାଣିହୁଏ ନାହିଁ । ଶ୍ରୀକ୍ଷେତ୍ର ବୃନ୍ଦାବନ ଚିନ୍ମୟ କ୍ଷେତ୍ର ଅଟେ । ଶ୍ରୀକ୍ଷେତ୍ର ମହିମା ବର୍ଣ୍ଣିତ କ୍ଷେତ୍ର ଅଟେ । ଜଗନ୍ନାଥଙ୍କୁ ଭକ୍ତିରେ ଜାଣି ହୁଏ । ଭଗବାନ ଲୋକମାନଙ୍କ ମୁକ୍ତିପାଇଁ ଲୀଳା କରନ୍ତି । ମଣିଷ ଭିତରେ ସନାତନ ଅଂଶ ଅଛି । ସ୍ନାନଯାତ୍ରା ଆନନ୍ଦ ଯାତ୍ରା ଅଟେ । ଭାଗବତରେ ଭଗବାନଙ୍କୁ ଜ୍ଞାନପୁରୁଷ କୁହାଯାଏ । ଭଗବାନଙ୍କ ଆନନ୍ଦରୁ ସମସ୍ତ ଦେବାଦେବୀ ଜାତ ହୋଇଛନ୍ତି । ଲୋକଙ୍କ ହିତ କାମନା ଯିଏ କରେ ସେ ପୁରୁଷୋତ୍ତମ । ସ୍ନାନଯାତ୍ରା ଭଗବାନଙ୍କ ଲୀଳାଯାତ୍ରା ଅଟେ । ଶାସ୍ତ୍ରରେ ଶହେ ଆଠ ଯାତ୍ରା କଥା କୁହାଯାଇଛି । ଭଗବାନ ଆନନ୍ଦ କରିବାପାଇଁ ଜଗତ ସୃଷ୍ଟି କରିଛନ୍ତି । ଶ୍ରୀରାଧା ଭଗବାନଙ୍କ ହ୍ଲାଦିନୀ ଶକ୍ତି ଅଟେ । ସମସ୍ତ ଋତୁରେ ଜଗନ୍ନାଥଙ୍କ ପର୍ବ ରହିଛି । ବିଶ୍ୱାବସୁ ଜଗନ୍ନାଥଙ୍କ ଆଦ୍ୟସେବକ ଅଟେ । ଗୁଣ୍ଡିଚା ମଣ୍ଡପର ଅନ୍ୟନାମ ରାସ ମଣ୍ଡପ । ସ୍ନାନ ଦିବସର ଅନ୍ୟନାମ ପ୍ରକଟ ଦିବସ ଅଟେ । ଯଜ୍ଞବେଦୀ କହିଲେ ଗୁଣ୍ଡିଚା ମନ୍ଦିରକୁ ବୁଝୁ । ସ୍ନାନମଣ୍ଡପରେ ସୁନାକୂଅ ଜଳରେ ଚତୁର୍ଦ୍ଧା ମୂରତି ଶହେ ଆଠ ଗରା ଜଳରେ ସ୍ନାନ କରନ୍ତି । ସର୍ବୋପରି ସ୍ନାନଯାତ୍ରା ଭଗବାନଙ୍କ ଐଶ୍ୱର୍ଯ୍ୟ ଲୀଳା ବୋଲି ସ୍ବର୍ଣ୍ଣଚୂଡ ସାହିତ୍ୟ ପରିବାରରେ ଆୟୋଜିତ ଅଷ୍ଟାଦଶ ତମ ଜଗନ୍ନାଥ ସଂସ୍କୃତିର ମୂଲ୍ୟାୟନ ଆଭାସୀ ଆଲୋଚନାଚକ୍ରରେ ଅତିଥି ନୀଳଗିରିର ରାଣୀ ମନୋଜା ମଞ୍ଜରୀ ଦେବୀ ଓ ଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ପଣ୍ଡିତ ପ୍ରଫେସର ନିରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ପ୍ରାରମ୍ଭରେ ପରିବାରର ବରିଷ୍ଠ ସଦସ୍ୟ ନୟାଗଡ଼ର ପ୍ରଫୁଲ୍ଲ ଦାଶଙ୍କ ପୌରୋହିତ୍ୟରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟବ୍ରତ ଜେନା ସ୍ୱାଗତ ସଂଗୀତ ଗାଇଥିବାବେଳେ ପରିବାରର ସମ୍ପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ର ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ ପୂର୍ବକ ଧନ୍ୟବାଦ ପ୍ରଦାନ କରିଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଜଗନ୍ନାଥାଷ୍ଟକ ପଠନ କରିଥିଲେ। ଶେଷରେ ସଦସ୍ୟ ଶିକ୍ଷାବିତ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ । ଏହି ଆସରରେ ଶତାଧିକ ଶ୍ରୋତା ଯୋଗଦାନ କରିଥିଲେ ।