Header-News-Banner

ଦିୱାନଡିହିଠାରେ ଶ୍ରାବଣୀ ମହୋତ୍ସବର ଏକାଦଶ ଦିବସ

0
c48a7768-7e51-4aad-8ea8-9b05378d69b8

ପଦମପୁର : (ଜୟନ୍ତ କୁମାର ସେଠ)ପଦମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦିୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ଏକାଦଶ ଦିନରେ ପହଞ୍ଚିଛି । କର୍ତ୍ତା ଭାବରେ  ଚନ୍ଦ୍ରକାନ୍ତି ତରିଆ ଦାୟିତ୍ୱ ତୁଲାଇ ଥିଲେ । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ ପୂର୍ବକ ପୂଜାରମ୍ଭ କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ଗୁରୁପୂଜା, ମଙ୍ଗଲାଷ୍ଟକ ପାଠ, ସୂର୍ଯ୍ୟପୂଜା, ଗୋପୂଜା, ମାତୃପୂଜା, ବ୍ରାହଣ ବରନ, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ହେମନ୍ତ ଷଡ଼ଙ୍ଗୀ, ଆନନ୍ଦ ମିଶ୍ର, ଦେବେନ୍ଦ୍ର ତ୍ରୀଯାଠୀ, ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ମନ୍ଦିରର ପୂଜାହାରୀ ବସୁଦେବ ବାଗ ଶବର ମଧ୍ଯ ସହଯୋଗ କରିଥଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *