ଗହନାମୁଣ୍ଡା ଯୁବକ ସଂଗଠନ ଏବଂ ଡମ୍ବ ସମାଜ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସଂପନ୍ନ ହେଲା ସ୍ବର୍ଗତ ଦୁର୍ଜନଙ୍କ ଦଶାହ କାର୍ଯ୍ୟ
କଳାହାଣ୍ଡି, କୋକସରା ୧୦/୦୮: ରୁପେନ୍ଦ୍ର ସୁନାନୀ:କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଗହନାମୁଣ୍ଡା ଗ୍ରାମର ଡ଼ମ୍ବ ଜାତିର ଜଣେ ଶାନ୍ତ,ସରଳ, ନିଷ୍କପଟ ବ୍ୟକ୍ତି ଦୂର୍ଜନ ଖମାରୀଙ୍କ ଗତ ୩୧ ତାରିଖରେ ମୃତ୍ୟୁ ଘଟିଥିଲା। ଦୁର୍ଜନଙ୍କ ମୃତ୍ୟୁ ପରେ ତାଙ୍କ ବିକୃତ ମସ୍ତିସ୍କ ସ୍ତ୍ରୀ ବେସାହାରା ପାଲଟି ଯାଇଛନ୍ତି। ତାଙ୍କ କୌଣସି ପୁଅ କିମ୍ବା ଝିଅ ନ ଥିବାରୁ ସ୍ଵର୍ଗତ ଦୁର୍ଜନ ଖମାରୀଙ୍କ ଦଶାହ କାର୍ଯ୍ୟ ତାଙ୍କ ସ୍ତ୍ରୀ କରିବାକୁ ସକ୍ଷମ ନୁହଁନ୍ତି। ଏଣୁ ସେହି ସ୍ବର୍ଗତ ଦୂର୍ଜନଙ୍କ ଦଶାହ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଗହନାମୁଣ୍ଡା ଗ୍ରାମର ଯୁବକ ସଂଗଠନ।ଅଗଷ୍ଟ ୯ ତାରିଖରେ ଆୟୋଜିତ ହୋଇଥିବା ତାଙ୍କ ଦଶାହ କାର୍ଯ୍ୟରେ ଗହନାମୁଣ୍ଡା ଯୁବ ସଂଗଠନ ପକ୍ଷରୁ କାର୍ତ୍ତିକ ନାଗ, ମାଧବ ଖମାରୀ, ଗୁଡୁ ଖମାରୀ, ବେଲାଲ୍ ନାଗ, ଉପେନ୍ଦ୍ର ଖମାରୀ ପ୍ରମୁଖ ଦଶାହ କାର୍ଯ୍ୟ ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଦଣ୍ଡପାଟ ଡମ୍ବ ସମାଜ ପକ୍ଷରୁ
ପ୍ରେମରାଜ ନିଆଲ, ଭୋଳାନାଥ ଭରତିଆ, ଯଶୋବନ୍ତ ପାଣିଗ୍ରାହି, ରାମେଶ୍ବର ନାଗ, ଦିଲିପ ନାଗ, ସମୀର ନାଗ, ନରେଶ ନାଗ, ବିବେ ନାଗ, ମଣ୍ଟୁ ନାଗ, ବାପି ନାଗ, ବୁବୁ ନାଗ, ସୁନିଲ ଖମାରୀ
ଜିତ ନାଗ, ଗଜାନନ ନାଗ ପ୍ରମୁଖ ଉପସ୍ଥିତ ରହି ଅର୍ଥିକ ସାହାଯ୍ୟ ସହଯୋଗ ପ୍ରଦାନ କରିବା ସହ ସ୍ବର୍ଗତ ଦୁର୍ଜନ ଖମାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସମାଜ କର୍ମକର୍ତ୍ତାଙ୍କ ଏପରି ଏକ ମହତ୍ ପ୍ରୟାସକୁ ସମାଜର ସମସ୍ତେ ସାଧୁବାଦ୍ ଜଣାଇଛନ୍ତି।