Header-News-Banner

ମନରେଗା ଏବଂ ସମଗ୍ର ଶିକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା

0
24508f39-6ad2-4925-8094-b003f999dac2

ଗଣିଆ ୨୧/୦୮( ସରୋଜ କୁମାର ଦାଶ) ଗଣିଆ ବ୍ଳକ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ସମଗ୍ର ଶିକ୍ଷାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତି,ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ସୋସିଆଲ ଅଡିଟର ବିଜୟ ନାରାୟଣ ବଳିୟାର ସିଂ,ବିଆରସିସି ବିନୋଦିନୀ ପଣ୍ଡା,ଉପାଧ୍ୟକ୍ଷ ରାଜକିଶୋର ସାହୁ, କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ବିଭୁ ପ୍ରସାଦ ସାଥୁଆ,ନରେଗା ସହାୟକ ଆଶୁତୋଷ ନାୟକଙ୍କ ସମେତ ଶିକ୍ଷା ବିଭାଗର ବହୁ ଶିକ୍ଷକ ଏବଂ ମନରେଗା ସହାୟକ ମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ସମଗ୍ର ଶିକ୍ଷା ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଥିଲା । ମନରେଗା ଯୋଜନାରେ ପୋଖରୀ ଠାରୁ ଆରମ୍ଭ କରି ରାସ୍ତା, ବୃକ୍ଷ ରୋପଣ ଆଦି କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନର କାମ ଯୋଗାଇ ଦିଆଯାଏ । ମୃତ୍ତିକା ସଂରକ୍ଷଣ,କୃଷି, ଉଦ୍ୟାନ,ବନ ବିଭାଗ ତଥା ପଞ୍ଚାୟତରେ ଅଧିକାରୀ ମାନଙ୍କ ମନମୁଖୀ ଶାସନ ଯୋଗୁଁ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ସେମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜୋରିମାନା ଆଦାୟ କରିବାକୁ ନୋଡାଲ ଅଧିକାରୀ ନିର୍ଦେଶ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *