Header-News-Banner

ଭିଜିଲାନ୍ସର ଚଢ଼ଉ ରେ ଚିତାବାଘ ଚମଡ଼ା ଜବତ, ଜଣେ ଶିକାରୀ ଗିରଫ

0
d09fdf95-302b-4660-866b-0f93127d831a

ଖରିଆର/କୋମନା , ୨୨/୦୯: (କଳିଙ୍ଗ ଫୋକସ) ଗିରେନ୍ଦ୍ର ଜଗତ / ଭଜନ ଲାଲ ଜଗତ : ବନ୍ୟଜନ୍ତୁ ଶିକାର ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସର ବନ ୱିଙ୍ଗ ପକ୍ଷରୁ ଚଢ଼ଉ କରାଯାଇ ଏକ ଚିତାବାଘର ଚମଡ଼ା ଜବତ କରାଯାଇଛି। ଖରିଆର ବନଖଣ୍ଡ ଅଧୀନ ଉଦ୍ୟାନବନ୍ଧ ବନାଞ୍ଚଳରେ ଆଜି ଏହି ଅଚାନକ ଚଢ଼ଉ କରାଯାଇଥିବା ଜଣାପଡ଼ିଛି।ବିଶ୍ୱସନୀୟ ସୂଚନା ଆଧାରରେ ଭିଜିଲାନ୍ସର ବନ ୱିଙ୍ଗ ପକ୍ଷରୁ ଉଦ୍ୟାନବନ୍ଧ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବନ୍ୟଜନ୍ତୁ ସମ୍ବନ୍ଧୀୟ ଏକ ମାମଲା ଚିହ୍ନଟ ହେବା ସହ ଏକ ଚିତାବାଘ (Panthera pardus) ଚମଡ଼ା ଜବତ କରାଯାଇଥିଲା।ଏହି ଘଟଣାରେ ନୂଆପଡ଼ା ଜିଲ୍ଲା କୁମୁଣ୍ଡିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯ ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ଚିତାବାଘର ଚମଡ଼ା କେଉଁଠାରୁ ଆସିଲା, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବନ୍ୟଜନ୍ତୁ ଶିକାର ସହ ଏହାର କୌଣସି ବଡ଼ ନେଟୱାର୍କର ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।ଭିଜିଲାନ୍ସ ବନ ୱିଙ୍ଗର ଏହି ଚଢ଼ଉ ପରେ ଅଞ୍ଚଳରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Spread the love

Leave a Reply

Your email address will not be published. Required fields are marked *