ବାଲିଆପାଳ ଶକ୍ତି କାଫେ ଲୋକଙ୍କ କାମରେ ଆସୁନାହିଁ
ବାଲିଆପାଳ:ତା:୨୦/୮(ଜ୍ୟୋତିରଞ୍ଜନ ପଟ୍ଟାୟତ):ବସ୍ତା ଓ ବାଲିଆପାଳ ରୁ ପ୍ରତିନିଧି :ଗଲା ବର୍ଷକ ତଳେ ପୂର୍ବତନ ସରକାରଙ୍କ ସମୟରେ ସବଳା ମହା ସଂଘ ତରଫରୁ ବାଲିଆପାଳ ବ୍ଲକ ପରିସରରେ ଏକ ଭଙ୍ଗା ଘରକୁ ମରାମତି କରାଯାଇ ଶକ୍ତି କାଫେ ସ୍ଥାପନ କରାଯାଇ ଥିଲା। ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାଫେ କିଛି ଦିନ ସୁରୁଖୁରୁରେ ଚାଲିଥିଲା। ସରକାରଙ୍କ ସହାୟତାରେ ସବାଳା ମହାସଂଘ ବିଭିନ୍ନ ହାତ କାମ ଜିନିଷ, ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ପ୍ରଥମେ ପ୍ରଥମେ ଖୁବ ଭଲ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ହେଉଥିଲା। ତେବେ ନିର୍ବାଚନ ପରଠୁ ସବୁ କାମ ସେଠାରେ ବନ୍ଦ ରହିଛି।ମହିଳା ମାନଙ୍କୁ ଶକ୍ତି କାଫେରେ ଆଉ ଦେଖିବାକୁ ମିଳୁନାହାଁନ୍ତି। ଶକ୍ତି କାଫେର ଚତୁର୍ପାଶ୍ୱ ରେ ଅନାବନା ବୃକ୍ଷ ଲତା ହୋଇ ଜାଗାଟି ପରିତ୍ୟକ୍ତ ହୋଇ ଗଲାଣି। ଭିତରେ ଥିବା ଚେୟାର, ଟେବୁଲ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯାଇଛି।ତେବେ କେଉଁ କରଣ ପାଇଁ ଶକ୍ତି କାଫେ ବନ୍ଦ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।ବିଡ଼ିଓ ରାଧା ରଞ୍ଜନ ଦାସ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।