ଅଗ୍ନିକାଣ୍ଡ ରେ ଦୁଇ ବଖରା ନଷ୍ଟ
ଖଇରା,୫/୧୨(ସଂଜୟ କୁମାର ବେହେରା) ଖଇରା ବ୍ଳକ କୁପାରୀ ପଞ୍ଚାୟତ ଚୂନନଟି ଗ୍ରାମ ରେ ମଶା ଧୂଆଁ ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ଦୁଇ ବଖରା ସମେତ ୫୦ ହଜାର ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ଗ୍ରାମର ସଞ୍ଜୀବ ଦାସ ଓ ସଞୟ ଦାସ ଙ୍କ ଘରେ ମଶା ପାଇଁ ଘରେ ଧୁଆଁ ଦେଇଥିଲେ। ଏହି ଧୁଆଁ ରୁ ହଠାତ୍ ଘରେ ନିଆଁ ଲାଗିଯାଇଥିଲା ବେଳେ ପରେ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ରେ ଲାଗିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ରେ ୫୦ ହଜାର ଟଙ୍କା ରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିପନ୍ନ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।