Header-News-Banner

ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ

0
WhatsApp Image 2026-03-11 at 7.27.20 PM


ଭୁବନ ୧୧.୩- ( ମନୋଜ କୁମାର ପୋଥାଳ)ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନେବା ପରେ ନିଜକୁ ସୁରକ୍ଷା ଦେବା ସହିତ ଅନ୍ୟକୁ ସୁରକ୍ଷା ଦେଇ ଏକ ସଶକ୍ତ ସମାଜ ଗଠନରେ ସାମିଲ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଡଃ ମମତା ପାତ୍ର କହିଥିଲେ ଯେ , ଆଜିର ସମାଜରେ ପ୍ରତି ମୁହୂର୍ତ୍ତରେ ନାରୀ ମାନେ ଅପମାନିତ,ନିର୍ଯାତିତ ହେଉଛନ୍ତି । ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶାରୀରିକ କ୍ରୀଡା ଶିକ୍ଷକ ଗଦାଧର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମାଷ୍ଟର ଟ୍ରେନର ଶିଲା ବେହେରା ଓ ଅନିତା ପୃଷ୍ଟି +୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି ଶିବିର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *