Header-News-Banner

ନିଆଁ ଲାଗି ଜଳିଗଲା ଘର ୫ ଛେଳି ମୃତ।

0
WhatsApp Image 2026-03-13 at 11.27.54 AM


ବରଗଡ :୧୩/୦୩(ଯୋଗେନ୍ଦ୍ର ସାହୁ) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ବ୍ରାହ୍ମଣମାଲ ଗାଁରେ ଆଜି ଦିନ ୧୨ ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ସୁକ୍ରୁ ସୁନାଙ୍କ ଘରେ ହଟାତ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗୋଟେ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଗୋଟେ ମାଇ ଛେଳି ଏବଂ ଚାରିଟି ଛେଲିଛୁଆ ମୋଟ ପାଞ୍ଚ ଗୋଟି ଛେଳି ପୋଡ଼ି ମୃତ୍ୟୁବରଣ କରିଛନ୍ତି । ଗୋଟେ ବଖରା ଘର ପୋଡି ପାଉଁଶ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଲୋକେ ମହୁଲଫୁଲ ଗୋଟାଇବା ପାଇଁ ମହୁଲଗଛ ମୂଳେ ନିଆଁ ଲଗାଉଥିବାରୁ ଏହି ନିଆଁ ବ୍ୟାପି ଲାଗିଥିବାର ଅନୁମାନ କରାଯାଉଛି । ତେବେ ଶୁକ୍ରୁ ନିଜ ପରିବାରକୁ ସାଙ୍ଗରେ ଧରି ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଛି । ଘଟଣା ବିଷୟରେ ପଡୋଶୀ ସୁକ୍ରୁ କୁ ଫୋନ ଜରିଆରେ ଜଣାଇବା ପରେ ସୁକ୍ରୁ ଘରେ ଆସି ତୁରନ୍ତ ପହଞ୍ଚିଥିଲେ । ହେଲେ ଘରେ ପହଞ୍ଚିଲା ବେଳେ ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୫ ଗୋଟି ଛେଳିର ମୃତ୍ୟୁ ଦେଖି ଭାଙ୍ଗିପଡିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହବ । ଜଣେ ଗରିବ ମଣିଷ ପାଇଁ ଏହା ଏକ ବଡ଼ ଧରଣର ଆର୍ଥିକ କ୍ଷତି ଅଟେ । ତୁରନ୍ତ ସୁକ୍ରୁ କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୁଏ ।

Spread the love

Leave a Reply

Your email address will not be published. Required fields are marked *