ବାଲି ଟ୍ରକରେ ପାଲ ଢ଼ାଙ୍କି ଅଧାଗଲା ପୋଡ଼ା ଶିଶୁ। ଏବେ ଜୀବନ ବଞ୍ଚାଇବାକୁ କରୁଛି ସଂଘର୍ଷ।
ହାଟଡ଼ିହି , ୧୪/୫( ପଙ୍କଜ ସାବତ)ହାଟଡିହି ବ୍ଲକ ସାଳନିଆ ପଞ୍ଚାୟତ ସାଳକଣିଆ ଗାଁ ର ଚଉଦ ବର୍ଷ ବୟସ ର ସୌମ୍ୟ ଜିତ ସାହୁ ଅସେ ନବମଶ୍ରେଣୀ ରେ ପାଠ ପଢେ। ହେଲେ ଏବେ ସୌମ୍ୟଜିତ ସାଙ୍ଗ ପିଲା ଙ୍କ ସାଙ୍ଗ ଛାଡ଼ି ବିଛଣା ରେ ପଡ଼ି ଜୀବନ ସହ କରୁଛି ସଂଘର୍ଷ। କାରଣ ଘଟଣା ଏପରି ହୋଇଥିଲା ଯେ ଆପଣ ବି ଶୁଣିଲେ ତାଜୁବ ହୋଇଯିବେ। ସେଦିନ ଥିଲା ମାର୍ଚ୍ଚ ମାସ ର ୧୧ ତାରିଖ। ପରିବାର ସହ ଖାଇ ପିଇ ଶୋଇଥିବା ପୁଅ କୁ ଡାକି ଥିଲେ ସାଳନିଆ ଗାଁ ର ଯୋଗେନ୍ଦ୍ର ବେହେରା ଙ୍କ ସାନ ପୁଅ। ଆରେ ଡୁ ଡ୍ଡୁ ସୋଇଛୁ କି,ଉଠ , ଆସେ ବାଲି ଗାଡ଼ି ରେ ଟିକେ ଉପରେ ଚଢ଼ି ପାଲ ବନ୍ଧିବୁ। ମୁ ତତେ ଦେଢ଼ଶହ ଟଙ୍କା ଦେବୀ। ମୋ ଧନ ଟା ପା ଯାଚଢି ଯାବୋଲି କହିଥିଲେ। ହେଲେ ସୌମ୍ୟ ଜାଣି ନଥିଲା ତାସାଙ୍ଗରେ ଏପରି ହେବ ବୋଲି। ପାଲ ପକାଇବା ବେଳେ ଉପରେ ଥିବା ଏଲେଭେନ୍ କେଭି କରେଣ୍ଟ ରେ ଆସି ଜଳିଗଲା ପୁରା ହାତ, ବାହାରି ପଡ଼ିଲା ଅନ୍ତ ବୁଜୁଳା। ଦୀର୍ଘ ତିନି ମାସ ଡାକ୍ତରଖାନା ରେ ପଡ଼ି ପଡ଼ି ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏପଟେ ପୁଅ କୁ ବଞ୍ଚାଇବା ପାଇଁ ରାତି ରେ ଡ଼ାକିଥିବା ଲୋକ ଙ୍କ ନାମ ରେ ମାମଲା ଦେବାକୁ ନନ୍ଦିପଦା ଥାନା ପହଁଚି ଛନ୍ତି ମା ବାପା।
ତିନି ମାସ ପରେ ମାମଲା କୁ ନେଇ ପୋଲିସ ର କଣ ରହିବ କାର୍ଯ୍ୟାନୁଷ୍ଠାନ ତାକୁହିଁ ଅପେକ୍ଷା। ଯାହାକୁ ନେଇ ତାଙ୍କ ମାଆ କୁହନ୍ତି।