ନୃସିଂହନାଥ କପିଳଧାରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର
ପାଇକମାଲ -(ବଂଶୀଧର ନାୟକ )ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ପ୍ରସିଦ୍ଧ ନୃସିଂହ ନାଥ କପିଳଧାର ଜଳପ୍ରପାତ ନିକଟରୁ ବୁଧବାର ଏକ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ମୃତ ଯୁବତୀଙ୍କ ବୟସ ପ୍ରାୟ ୨୩ ବର୍ଷ ହେବ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ସ୍ଥାନୀୟ ଲୋକମାନେ ଜଳପ୍ରପାତ ନିକଟରେ ମତଭେଦ ଦେଖ
ଉପସ୍ଥିତିରେ ଶବ ପଞ୍ଚ ପଞ୍ଚନାମା କରାଯାଇଥିଲା। ଏନେଇ ପାଇକମାଳ ଥାନ ଥାନାରେ ୟୁଡି କେସ୍ ନଂ-୦୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଠାଯାଇଥିବା ବେଳେ ଯୁବତୀଙ୍କ ପରିଚୟ ମିଳିନଥୂବାରୁ ମୃତଦେହକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ ବୋଲି ପୋଲିସ କହିଛି। ଯୁବତୀଙ୍କ ପରିଚୟ ସମ୍ପର୍କରେ କାହାରି ପାଖରେ ସୂଚନା ଦେଇଛନ୍ତି l ଯୁବତୀଙ୍କ ପରିଚୟ ସମ୍ପର୍କରେ କାହାରି ପାଖରେ ସୂଚନା ଥିଲେ ନିକଟସ୍ଥ ପୋଲିସ ଥାନା କିମ୍ବା ପାଇକମାଲ ଥାନା ସହ ଯୋଗାଯୋଗ କରିବାକୁ ପୋଲିସ ପାଇଁ ଅନୁରୋଧ କରାଯାଇଛି l